ଡିଏଭି ସ୍କୁଲରେଡିଏଭି ଋଷିବୋଧ ଦିବସ ପାଳିତ
ଭଞ୍ଜନଗର-- ଶୁକ୍ରବାର ଦିନ ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ " ଋଷିବୋଧ ଦିବସ " ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ମହାଶିବରାତ୍ର ରେ ମହର୍ଷି ଦୟାନନ୍ଦ ସରସ୍ବତୀ ଜ୍ଞାନପ୍ରାପ୍ତି ଲାଭ କରିଥିଲେ । ଏହିଦିନକୁ ଋଷିବୋଧ ଦିବସ ରୂପେ ପ୍ରତ୍ୟେକ ଡିଏଭି ବିଦ୍ୟାଳୟରେ ଏହି ଦିବସ ଧୁମଧାମ୍ ରେ ପାଳନ ହୁଏ । ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋମଯଜ୍ଞରେ ୧୦୮ ଆହୁତି ପ୍ରଦାନ ସହିତ ସର୍ବକଲ୍ୟାଣ ମହାମୄତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଯଜ୍ଞ ଶେଷରେ ଏହିପାଳନୀୟ ଦିବସର ମହତ୍ତ୍ବ ସମ୍ବନ୍ଧରେ ଅନେକ ତଥ୍ୟ ରଖିଥିଲେ । ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୩/୨୦୨୪---୮,୪୫ Sakhigopal News,8/3/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୩/୨୦୨୪---୮,୪୫ Sakhigopal News,8/3/2024