Breaking News

ଜନକଲ୍ୟାଣ ଔଷଧାଳୟ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

 ସାକ୍ଷୀଗୋପାଳ---- ଭାରତ ବିକାଶ ପରିଷଦ", ସତ୍ୟବାଦୀ ଶାଖା ସହଯୋଗରେ ଜନକଲ୍ୟାଣ ଔଷଧାଳୟ ଆନୁକୂଲ୍ୟରେ ସତ୍ୟବାଦୀ ବ୍ଲକ ଛକ  ମହାବୀର କଲୋନୀରେ ଅବସ୍ଥିତ ଜନ କଲ୍ୟାଣ ଔଷଧାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ମେଡ଼ିସିନ ଓ ଡାଇବେଟିସ ବିଶେଷଜ୍ଞ ଡାକ୍ତର ସମ୍ବିତ ସ୍ୱାଇଁ ଉକ୍ତ ସ୍ୱାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ । ମେଡ଼ିସିନ ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ଆନନ୍ଦ କୁମାର ତ୍ରିପାଠୀ ଏବଂ ଫାର୍ମାସିଷ୍ଟ ଅଜୟ କୁମାର ନନ୍ଦ ଉପସ୍ଥିତ ରହି ଶତାଧିକ ରୋଗୀ ଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ l ଏଠାରେ ମାଗଣାରେ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ମଧ୍ୟ କରାଯାଇ ରୋଗୀଙ୍କୁ ସଚେତନ କରାଯାଇଥିଲା l
ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ସଭାପତି ସତ୍ୟବାଦୀ ଦାଶ, ଓଡିଶା ପୂର୍ବପ୍ରାନ୍ତର ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସଚିବ ନବଘନ ଶତପଥି, ଅର୍ଥ ସଚିବ ବିଜୟ କୁମାର ପରିଡା,  ଉପସଭାପତି ଵିଷ୍ଣୁ ମହାରଣା, ସୁଶାନ୍ତ କୁମାର ରଥସଂଗଠନ ସଚିବ ସୁନୀଲ କୁମାର ବେହେରା, ମହିଳା ସଂଯୋଜିକା ରିତା ତ୍ରିପାଠୀ, ଦେବରାଜ ନାୟକ, ପ୍ରଫୁଲ୍ଲ ପଣ୍ଡା, ବ୍ରଜ କିଶୋର ପାଇକରାୟ, ମନୋରଞ୍ଜନ ମିଶ୍ର, ବ୍ରହ୍ମନନ୍ଦ ମହାରଣା, ରମେଶ ଚନ୍ଦ୍ର ପଣ୍ଡା,  ସ୍ୱାଧୀନ ଶତପଥି, ରବିନ୍ଦ୍ର ନାଥ ଶତପଥି, ବନ୍ଦନା ଦାଶ, ଅଜୟ ତ୍ରିପାଠୀ, ଆଲୋକ ଖୁଣ୍ଟିଆ, ଅମର ଶତପଥି, ଦେବାଶିଷ ମିଶ୍ର  ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୩/୨୦୨୪---୯,୧୦ Sakhigopal News,28/3/2024


Popular Posts