Breaking News

ସାବିତ୍ରୀ ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ସେବା ଶିବିର ଉଦଘାଟନ




ଭଞ୍ଜନଗର---ସବିତ୍ରୀ ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ସେବା ଶିବିର ର ଉଦଘାଟନ ହୋଇଯାଇଛି | ସାତ ଦିନ ଧରି ଏହି ଶିବିରରେ ବିଭିନ୍ନ କାର୍ଯ୍ୟକ୍ରମ ଶିକ୍ଷା, ସ୍ୱାସ୍ଥ୍ୟ ରକ୍ଷା, ଭୋଟର ସଚେତନତା, ସ୍ୱଚ୍ଛତା, ଓ ପରିମଳ ଇତ୍ୟାଦି ମଧ୍ୟାମରେ ସ୍ଵେଚ୍ଛାସେବୀ ଓ ଜନସାଧାରଣ ମାନଙ୍କୁ ସଚେତନ କରିଯିବା | ଏହି ଉତ୍ସବ ରେ ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକ ସଭା ସଂଚାଳନ ସହ ଦିଗଦର୍ଶନ କରିଥିଲେ | ମୁଖ୍ୟ ବକ୍ତା ଡ଼. ଶୁଭେନ୍ଦୁ ରଞ୍ଜନ ରାୟ ଆଞ୍ଚଳିକ ପରିବହନ ଅଧିକାରୀ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଚରିତ୍ର ନିର୍ମାଣ ଏବଂ  ସଡ଼କ ସୁରକ୍ଷା ସମ୍ପର୍କରେ ମତ ପ୍ରକାଶ କରିଥିଲେ | ସମ୍ମାନିତ ଅତିଥି ସୁଶ୍ରୀ ଶର୍ମିଳା ମହାରଣା ପରିବହନ ଅଧିକାରୀ ସ୍ଵେଛାସେବିନୀ ମନଙ୍କୁ ପ୍ରେରଣା ଦେଇଥିଲେ | କାର୍ଯକ୍ରମ ଅଧିକାରୀଣୀ ଶ୍ରୀମତୀ ଜୟଲକ୍ଷ୍ମୀ ରଥ ଜାତୀୟ ସେବା ଯୋଜନା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଗୁଡିକୁ ଆଲୋଚନା କରିଥିଲେ | ସ୍ଵେଛାସେବିନୀ ସୁଶ୍ରୀ ପ୍ରଜ୍ଞା ମହାନ୍ତି ପ୍ରାରମ୍ଭିକ ସଂଗୀତଗାନ କରିଥିଲେ | ଅନ୍ୟତମ ଯୋଜନା ଅଧିକାରୀ ଶ୍ରୀ ପ୍ରେମଚାନ୍ଦ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ସ୍ଵେଛାସେବୀମାନେ ଓ ଅଧ୍ୟାପକ ଅଧ୍ୟାପିକାଗଣ ଓ କର୍ମଚାରୀ ଉପସ୍ଥିତଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୩/୨୦୨୪---୮,୩୦ Sakhigopal News,20/3/2024

Popular Posts