Breaking News

୬୭ତମ ଅଲ ଇଣ୍ଡିଆ ରେଲୱେ ଟି -20 ପୁରୁଷ କ୍ରିକେଟ୍ ଚାମ୍ପିଅନସିପ୍ ଉଦଘାଟିତ






ଜଟଣୀ --ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧା ରୋଡ଼ ଦ୍ୱାରା ଆୟୋଜିତ ୬୭ ତମ ଅଲ ଇଣ୍ଡିଆ ରେଲୱେ ଟି -20 ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ (ଏଲିଟ୍ ପୁଲ୍-ଏ) 2023-24, ରେଲୱେ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି | ଖୋର୍ଦ୍ଧା ରୋଡ଼ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା,  ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଖୋର୍ଦ୍ଧା ରୋଡ଼ ମହିଳା କଲ୍ୟାଣ ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର, ପୂର୍ବ ତଟ ରେଳ କ୍ରୀଡ଼ା ସଙ୍ଗଠନ, ଭୁବନେଶ୍ୱର ର ସାଧାରଣ ସମ୍ପାଦକ, ଶ୍ରୀ ଅଜୟ କୁମାର ସାମଲ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ, କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ, ଶାଖା ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ମହିଳା କଲ୍ୟାଣ ସଂଗଠନ ର ସଦସ୍ୟ ମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମୋଟ ୬ ଟି ରେଲୱେ ଜୋନ୍ ଯଥା ଦକ୍ଷିଣ ପୂର୍ବ ରେଲୱେ, ପୂର୍ବ ତଟ ରେଲୱେ, ଉତ୍ତର ପୂର୍ବ ରେଲୱେ, ନର୍ଥ ଫ୍ରଣ୍ଟିୟର ରେଲୱେ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଏବଂ ମେଟ୍ରୋ ରେଳ / କୋଲକାତା, ଏହି ଏଲିଟ୍ ପୁଲ୍-ଏ ଲିଗ୍ ମ୍ୟାଚ୍ ରେ ଅଂଶଗ୍ରହଣ କରୁଛନ୍ତି | 30.03.2024 ରୁ 04.04.2024 ପର୍ଯ୍ୟନ୍ତ 6 ଟି ଜୋନ୍ ମଧ୍ୟରେ ମୋଟ 15 ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ | କିଛି ଲିଗ୍ ମ୍ୟାଚ୍ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟାଡିୟମରେ ଏବଂ କେତେକ ଲିଗ୍ ମ୍ୟାଚ୍ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି |
ଏହି ଅବସରରେ ଯୋଗ ଦେଇ ଶ୍ରୀ ଏଚ୍ ଏସ ବାଜ୍ଵା,  ସମସ୍ତ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି | କହିଛନ୍ତି ଯେ ଖେଳାଳିଙ୍କ ସୁବିଧା ପାଇଁ ଡିଭିଜନ ବିସ୍ତୃତ ବ୍ୟବସ୍ଥା କରିଛି। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଟୁର୍ନାମେଣ୍ଟ ପାଇଁ ଖେଳାଳି ଏବଂ ଦର୍ଶକଙ୍କ ପାଇଁ ଅଧିକ ସୁବିଧା ଯୋଗାଇବା ପାଇଁ ଷ୍ଟାଡିୟମରେ ବିକାଶମୂଳକ କାର୍ଯ୍ୟ ଚାଲିଛି | ଭାରତୀୟ ରେଳବାଇ, ବିଭିନ୍ନ ଜୋନର 27 ଟି ଦଳ ପାଇଁ 4 ଟି ବିଭିନ୍ନ ସ୍ଥାନରେ ଯଥା, ଖୋର୍ଦ୍ଧା ରୋଡ଼ ରେ ପୁଲ୍-ଏ, ପ୍ରୟାଗ ରାଜ ରେ ପୁଲ୍-ବି, କପୁରତଲାରେ ପୁଲ୍-ସି ଏବଂ ଖଡଗପୁର ରେ ପୁଲ୍ –D ପାଇଁ ବିଭିନ୍ନ ଲିଗ୍ ମ୍ୟାଚ୍ ଆୟୋଜନ କରୁଛି | ଆଜିର ପ୍ରଥମ ଲିଗ୍ ମ୍ୟାଚ୍ ପୂର୍ବ ତଟ ରେଲୱେ ଏବଂ ଦକ୍ଷିଣ ପୂର୍ବ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପୂର୍ବ ତଟ ରେଲୱେ ଏହି ମ୍ୟାଚକୁ 12 ରନରେ ଜିତିଥିଲା। ଇଷ୍ଟକୋଷ୍ଟ ରେଳବାଇର ଶ୍ରୀ ଗିରିଜା ପି ରାଉତ୍, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ |
 ଖୋର୍ଦ୍ଧା ରୋଡ ମଣ୍ଡଳ ର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ଶ୍ରୀ ଅନିଲ କୁମାର ଏସ୍,  ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି  କୁ ପ୍ରଦାନ କରିଥିଲେ।
ଟୁର୍ଣ୍ଣା ମେର୍ଣ୍ଟର ସମସ୍ତ ମ୍ୟାଚ୍ କ୍ରୀଡା ସଚିବ ଏମ୍ ଜାକିରୁଦ୍ଦିନ ତଥା ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟ ମାନଙ୍କ ‌ ଦ୍ୱାରା ଅନୁଷ୍ଠିତ ହେବ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୩/୨୦୨୪----୮,୫୫ Sakhigopal News,30/3/2024

Blog Archive

Popular Posts