ସାକ୍ଷୀଗୋପାଳ ଏନଏସି ମାନ୍ୟତା ତାଲିକାରେ ସାମିଲି ହେବାପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ପ୍ରଶଂସା
ସାକ୍ଷୀଗୋପାଳ---- ନିର୍ବାଚନ ଆଗରୁ ରାଜ୍ୟ ସରକାର ଦୁତୀୟ ପର୍ଯ୍ୟାୟରେ ୧୩ ଗୋଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବା ପାଇଁ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ତାଲିକାରେ ସାକ୍ଷୀଗୋପାଳ ସ୍ଥାନ ପାଇଛି । ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ସାକ୍ଷୀଗୋପାଳକୁ ଏନଏସି ମାନ୍ୟତା ଦେବା ପାଇଁ ଦାବି ଜୋର ଧରିଥିଲା । ଏହା ସହିତ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାକ୍ଷୀଗୋପାଳ ଗସ୍ତ ସମୟରେ ସାକ୍ଷୀଗୋପାଳକୁ ଏନଏସି କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ନର୍ଜର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ନବୀନ ଓଡିଶାର ଅଧ୍କ୍ଷ କାର୍ତ୍ତିକ ପାଣ୍ଡିଆନକୁ ସାକ୍ଷୀଗୋପାଳରେ ସାଧୁବାଦ ଜଣାଇବା ସହ ସେମାନଙ୍କ ଦୀଘାୟୁ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଦୀପ ଦାନ କରାଯାଇଛି । ସତ୍ୟବାଦୀ ସ୍ବାଭିମାନ ମଞ୍ଚ ପକ୍ଷରୁ ସତ୍ଯବାଦୀ ଦାଶ, ସୁଶାନ୍ତ କୁମାର ରଥ, ବିଜୟ କୁମାର ପରିଡ଼ା, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ନିହାର ରଂଜନ ସ୍ବାଇଁ, ଦେବାଶିଷ ମିଶ୍ର, ଗୋବିନ୍ଦ ମହାପାତ୍ର,ସୁର ପ୍ରସାଦ ମହାନ୍ତି ହୃଷିକେଶ ମିଶ୍ର, ସୁନିଲ କୁମାର ବେହେରା ପ୍ରମୁଖ ସାକ୍ଷୀଗୋପିନାଥଙ୍କ ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେବା ସହ ମିଠା ବଣ୍ଟନ କରିଥିଲେ । ସାକ୍ଷୀଗୋପାଳ ରୁ ଧିରେନ୍ଦ୍ର ସେନାପତି, ୧୩/୩/୨୦୨୪---୭,୨୫ Sakhigopal News, 13/3/2024