Breaking News

ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ - ଶୈଳେନ୍ଦ୍ର ସଭାପତି, ରାଜେନ୍ଦ୍ର ସମ୍ପାଦକ ନିର୍ବାଚିତ

ଭଞ୍ଜନଗର - ସ୍ଥାନୀୟ ଓକିଲ ସଂଘ ନିର୍ବାଚନ ଶନିବାର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୋଟ ୨୧୫ ଜଣ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ସଭାପତି ଭାବେ ଶୈଳେନ୍ଦ୍ର ନାରାୟଣ ସାହୁ ଓ ଉପସଭାପତି ଭାବେ ଡି. ଗଗନ ବିହାରୀ ବିନ୍ଧାଣିରା ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଲଡୁ କିଶୋର ଆଳତିଆଙ୍କ ସୁତ୍ରରୁ ଜଣାପଡିଛି। ପୂର୍ବରୁ ଓକିଲ ସଂଘ ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ପ୍ରଧାନ ଓ ସମ୍ପାଦକ - ରାଜେନ୍ଦ୍ର କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଅଶ୍ମିନୀ କୁମାର ଦାଶ ଓ କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ମିଶ୍ର ନିର୍ବିରୋଧ ନିର୍ବାଚିତ ହୋଇଥିଲେ ।  ଶନିବାର କେବଳ ସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଓକିଲ ସଂଘ ନିର୍ବାଚନ କୁ ନିର୍ବାଚନ ଅଧିକାରୀ ଭାବେ ଲଡୁ କିଶୋର ଆଳତିଆ ପରିଚାଳନା କରିଥିବା ବେଳେ ତାଙ୍କୁ ତ୍ରିନାଥ ମଳିକ ଓ ବିମ୍ବାଧର ଷଡ଼ଙ୍ଗୀ ସହଯୋଗ କରିଥିଲେ। ନବ ନିର୍ବାଚିତ ସଭାପତି ଓ ସମ୍ପାଦକ ନିଜ ପ୍ରତିକ୍ରିୟାରେ ଭଞ୍ଜନଗର ଓକିଲ ସଂଘ ଅଞ୍ଚଳର ବିକାଶ ଦିଗରେ ବିଶେଷ କରି ବ୍ରହ୍ମପୁର - ସମ୍ବଲପୁର ରେଳପଥ, ଘୁମୁସର ଜିଲ୍ଲା ଆନ୍ଦୋଳନ, ବ୍ରହ୍ମପୁର ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଭଳି ବିଭିନ୍ନ ପ୍ରସଙ୍ଗ ସହ ଓକିଲଙ୍କ ସ୍ବାର୍ଥ ଦିଗରେ ଭରପୁର ପ୍ରୟାସ ପୂର୍ବଭଳି ଜାରି ରଖିବେ ବୋଲି ଉଲ୍ଲେଖ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୪----୮,୫୫ Sakhigopal News,30/3/2024

Popular Posts