ଟ୍ଯାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର,୫୫ୟୁଉନିଟ ରକ୍ତ ସଂଗୃହିତ
ସାକ୍ଷୀଗୋପାଳ------ ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବୁଢାକେରା ଗ୍ରାମର ଟ୍ଯାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ୯ମ ବାର୍ଷିକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଗ୍ରାମର ମା ଯାଗେଶ୍ୱରୀ ଠାକୁରାଣୀ ମନ୍ଦିର ନିକଟରେ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୫୫ ଇଉନିଟ ରକ୍ତ ସଂଗ୍ରହ କରାଯାଇ ଥିଲା । ପୁରୀ ଉତ୍ସର୍ଗ ଫାଉଣ୍ଡେସନ , ମା ଯାଗେଶ୍ୱରୀ ଯୁବକ ସଂଘ ଓ ଟ୍ଯାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଏହି ଶିବିର ଆୟୋଜନ ହୋଇଥିଲା । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଭୋଳ ରକ୍ତଦାନ ଶିବିରଟିକୁ ଆନୁଷ୍ଠାନିକ ଭାବେ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଡା ଦୀପକ କୁମାର ସାହୁ , ଡା ଶୁଭାଶିଷ ଦାଶ ଓ ଫାର୍ମାସିଷ୍ଟ ରୋଜାଲିନ ମହାନ୍ତି ରକ୍ତ ସଂଗ୍ରହ କରିଥିଲେ । ଉତ୍ସର୍ଗ ଫାଉଣ୍ଡେସନ ସଭାପତି ମିନତୀ ପ୍ରଧାନ, ଟ୍ଯାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନ ସଭାପତି ସୁବାସ ଚନ୍ଦ୍ର ଜେନା, ମା ଯାଗେଶ୍ୱରୀ ଯୁବକ ସଂଘର ସଭାପତି ରଣଜିତ ରାଉତରାୟ ଓ ପବିତ୍ର ପରିଡ଼ା, ଶିକ୍ଷାବିତ ରମେଶଚନ୍ଦ୍ର ମାଝି ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସେହିପରି ସ୍ୱାସ୍ଥ୍ୟମେଳା ରେ ୪୫ ଜଣ ବିଭିନ୍ନ ପ୍ରକାର ରୋଗୀ ମାନଙ୍କୁ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇ ଥିଲା । ଡା ଶୁଭାଶିଷ ଦାଶ ରୋଗ ନିରୁପଣ କରିଥିଲେ । ଦୁର୍ଯ୍ୟୋଧନ ପ୍ରଧାନ ରକ୍ତଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୩/୨୦୨୪---୭,୧୦ Sakhigopal News,20/3/2024