Breaking News

ସରକାରୀ ଆଇ ଟି ଆଇ ଓ ନିଷ୍ଠା ପରିବାରର ମିଳିତ ସହଯୋଗରେ ରକ୍ତ ଦାନ ଶିବିର ; ୫୧ୟୁନିଟ୍ ରକ୍ତ ସଂଗ୍ରହ



ବରଗଡ଼----
ସରକାରୀ ଆଇ ଟି ଆଇ ବରଗଡ଼, ବିଜେପୁର, ଟାଟା  ଷ୍ଟାରାଇଭ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରଗଡ଼ ସ୍ଥିତ ସରକାରୀ ଆଇ ଟି ଆଇ ପରିସର ରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ପ୍ରିନ୍ସିପାଲ ଅନିଲ କୁମାର ରାଉତ ଉଦଘାଟନ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ବର୍ତ୍ତମାନ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୂର କରିବା ପାଇଁ ପ୍ରିନ୍ସିପାଲ ଙ୍କ ସମେତ ଆଇ ଟି ଆଇ ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ ।ଅନେକ ଛାତ୍ର ଛାତ୍ରୀ ପ୍ରଥମ ଥର ରକ୍ତ ଦାନ କରିଥିଲେ ଓ ସମସ୍ତେ ରକ୍ତ ଦାନ କରି ବେଶ୍ ଖୁସୀ ଅନୁଭବ କରିଥିଲେ। ନିଷ୍ଠା ପରିବାର ତରଫ ରୁ ପ୍ରିନ୍ସିପାଲ ଅନିଲ କୁମାର ରାଉତ ଙ୍କୁ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ବିଜେପୁର ଆଇ ଟି ଆଇ ର ପ୍ରିନ୍ସିପାଲ ଜୟନ୍ତ କୁମାର ସାମଲ, ଟ୍ରେନର ତେଜସ୍ଵୀନୀ ନାୟକ ବରଗଡ଼ ଆଇ ଟି ଆଇ ର ଟ୍ରେନର ଅନୁକୂଳ ସରାଫ ଏବଂ ଅନ୍ୟ କର୍ମଚାରୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ଜିତୁ ମହାପାତ୍ର, ସମ୍ପାଦକ ଲୋକନାଥ ସାହୁ, ସଙ୍କେତ ଆଠାଘରା,ଭାଗିରଥି ସାହୁ ଆଶିର୍ବାଦ ଦାସ ପ୍ରମୁଖ ପରିଚାଳନା କରିଥିଲେ।ନିଷ୍ଠା ପରିବାର ତରଫ ରୁ ସମସ୍ତ ରକ୍ତ ଦାତା, ଆଇ ଟି ଆଇ ର କର୍ମକର୍ତ୍ତା ଛାତ୍ର,ଛାତ୍ରୀ ଶୁଭେଛୁ ସହଯୋଗୀ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୩/୨୦୨୪----୯,୩୫ Sakhigopal News ,4/3/2024

Blog Archive

Popular Posts