Breaking News

ଅଗ୍ନିକାଣ୍ଡରେ ଦୁଇ ବଖରା ଜଳିଗଲା, ସରକାରି ସାହାଯ୍ୟ ଯୋଗାଇ ଦେବାପାଇଁ ଦାବି



  ସାକ୍ଷୀଗୋପାଳ----- ସତ୍ଯବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର  ନରକୋଳି ଗୋରଡାର  ମୁଦୁଲି ସାହିରେ  ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ଗ୍ରାମର ରାଜକିଶୋର ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଘର ନିଆଁ ଲାଗି ପୋଡିଯାଇଛି।  ଗ୍ରାମବାସୀ ମାନେ ନିଆଁ ଲିଭାଇବା ପାଇଁ ଉଦ୍ଯମ କରିଥିଲେ  ।  ଅନ୍ୟ ପକ୍ଷରେ ଖବରପାଇ ସତ୍ଯବାଦୀ ଅଗ୍ନିଶମ ବିଭାଗର ଆଗ୍ନିକ ମନୋଜ କୁମାର ନାୟକ ଦୁଇଟି ଦମକଳ ସାଙ୍ଗରେ ନେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ଅଗ୍ନିକାଣ୍ଡ କାରଣ ସଠିକ  ଜଣାପଡିନଥିଲେ ମଧ୍ୟ ସର୍ଟସକିର୍ଟରୁ ହୋଇଥିବା ଅନୁମାନ କରାଯାଇଛି। ଅଗ୍ନିକାଣ୍ଡରେ ଲୁଗାପଟା ଧାନ ଚାଉଳ ଆଦି ଜିନିଷ ପତ୍ର ନଷ୍ଟ ହୋଇଥିବା ଜଣାପଡିଛି  । ଖବର ପାଇ ଯୁବ ସରପଞ୍ଚ ଜିତେନ୍ଦ୍ର ବେହେରା ଓ ଆରଆଇ ଘଟଣା ସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରି ଫେରି ଆସିଛନ୍ତି  । ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ ଶ୍ରୀ ବେହେରା ଦାବୀ କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୩/୨୦୨୪----୮,୧୦ Sakhigopal News,19/3/2024

Blog Archive

Popular Posts