ଜମିଠକେଇ ମାମଲାରେ ଜଟଣୀ ସବରେଜିଷ୍ଟ୍ର କାର୍ଯ୍ୟାଳୟରେ ଚଢ଼ାଉ; ରାଜୀବକୁ ଉଠାଇନେଲା ବରଗଡ଼ ପୋଲିସ
ଜଟଣୀ --ଦିବାକର ସାହୁ ନାମକ ଜଣେ ଅଭିଯୁକ୍ତଙ୍କର ଖଣ୍ଡଗିରି ଅନ୍ତର୍ଗତ ଦାସପୁର ମୌଜା ଠାରେ ୧୮୬/୧୧୫୧ ନମ୍ବର ବିଶିଷ୍ଟ ଏକ ପ୍ଳଟ ଥିଲା । ସେ କାଞ୍ଚନମ ଆଲେକ୍ସଙ୍କୁ ତା.୨୬.୦୬.୧୯୮୨ ରିଖରେ ଏହି ପ୍ଳଟକୁ ବିକ୍ରି କରିଥିଲେ । କାଞ୍ଚନମ ଆଲେକ୍ସ ଉକ୍ତ ପ୍ଳଟକୁ ଶ୍ରୀମତୀ ସାବିତ୍ରୀଦେବୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ୧୯୯୨ ମସିହାରେ ବିକ୍ରି କରିଦେଇଥିଲେ । କିନ୍ତୁ ରେକର୍ଡ ଅଫ ରାଇଟ୍ସରେ ଉଭୟଙ୍କ ନାମ ସଂଶୋଧନ ହୋଇନପାରି, ମୂଳ ଜମି ମାଲିକ ଅଭିଯୁକ୍ତ ଦିବାକର ସାହୁଙ୍କ ନାମ ପୂର୍ବବତ୍ ରହିଥିଲା । ଜମି ମାଲିକ ଦିବାକର ସାହୁ ଏହାର ସୁଯୋଗ ନେଇ ଲୋକଙ୍କୁ ଠକିବାର ଅଭିପ୍ରାୟ ରଖି ଅନ୍ୟ ଜଣେ ଅଭିଯୁକ୍ତ ହୃଦାନନ୍ଦ ସାହୁଙ୍କ ନାମରେ ପାୱାର ଅଫ ଆଟର୍ଣ୍ଣି ପ୍ରସ୍ତୁତ କରି ତାଙ୍କୁ ଉକ୍ତ ଜମିକୁ ବିକ୍ରି କରିବା ପାଇଁ ଅଗ୍ରାଧିକାର ଦେଇଥିଲେ । ଅଭିଯୁକ୍ତ ହୃଦାନନ୍ଦ ସାହୁ ନିଜକୁ ଉକ୍ତ ଜମିର ପାୱାର ଅଫ ଆଟର୍ଣ୍ଣି ଦର୍ଶାଇ ମୋଟ ୨୨ ଜଣ ଭିନ୍ନ ଭିନ୍ନ ଗ୍ରାହକଙ୍କୁ ଉକ୍ତ ପ୍ଲଟଟିକୁ ବିକ୍ରି କରିଥିଲେ । ଅଭିଯୁକ୍ତ ଦିବାକର ସାହୁ ଓ ଅଭିଯୁକ୍ତ ହୃଦାନନ୍ଦ ସାହୁଙ୍କୁ ଏହି ଜମି ଠକେଇ ମାମଲାରେ ନିମ୍ନୋକ୍ତ ଅଭିଯୁକ୍ତ ରାଜୀବ ଲୋଚନ ମହାପାତ୍ର ସହଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ବଡଗଡ ଥାନା ପୁଲିସ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଦିବାକର ସାହୁଙ୍କୁ ଗତ ତା.୦୭.୦୧.୨୦୨୩ ରିଖ ଓ ଅଭିଯୁକ୍ତ ହୃଦାନନ୍ଦ ସାହୁଙ୍କୁ ଗତ ତା.୦୬.୧୨.୨୦୨୩ ରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ବେଳେ ବଡଗଡ ଥାନା ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଜଟଣୀସ୍ଥିତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚଢଉ କରି ନିମ୍ନୋକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାଜୀବ ଲୋଚନ ମହାପାତ୍ରଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୩/୨୦୨୪-----୭,୧୦ Sakhigopal News,15/3/2024