ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଦୁଇ ମନ୍ତ୍ରୀ ଏବଂ ସାଂସଦ
ଭଞ୍ଜନଗର - ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଭଞ୍ଜନଗର
ବଡନଦୀ ସେତୁ , ମେଗା ଜଳ ପ୍ରକଳ୍ପ ଏବଂ ତିଳିସିଙ୍ଗି - ଦଶପଲ୍ଲା ରାସ୍ତା ର ଉନ୍ନତିକରଣ କାର୍ଯ୍ୟ ଉଦଘାଟିତ ।
ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ତ୍ବରାନ୍ବିତ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି ।
ଭଞ୍ଜନଗର ବ୍ଳକ ଅନ୍ତର୍ଗତ କମଳାବାଡି ନିକଟ ବଡନଦୀ ରେ ୧୨ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସେତୁ କୁ ଉଦଘାଟନ କରିଥିଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ବହୁସଂଖ୍ୟକ ଜନସାଧାରଣ ଉପକୃତ ହୋଇପାରିବା ସହ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ବିକାଶ ହୋଇ ପାରିବ ବୋଲି ଦୁଇ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲେ ।
ଏହାସହ ନିକଟସ୍ଥ ବାରୁଡା ଠାରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଯାହାକି ମହାନଦୀ ର ଜଳକୁ , ଭଂଜନଗର ଉପଖଣ୍ଡ ର ୧୧ ଟି ବ୍ଳକକୁ ଜଳ ଯୋଗାଣ ହୋଇ ପାରିବ । ଏଥିପାଇଁ ପ୍ରାୟ ୧୭ ଶହ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ ହୋଇଛି ।
ସେହିଭଳି ତିଳିସିଙ୍ଗି ଠାରୁ ଦଶପଲ୍ଲା , ପ୍ରାୟ ୧୬ କିଲୋମିଟର ରାସ୍ତା ର ଉନ୍ନତିକରଣ କାର୍ଯ୍ୟକୁ ମଧ୍ୟ ଉଦଘାଟନ କରିଥିଲେ ଉଭୟ ମନ୍ତ୍ରୀ । ସେହିପରି
ପହଣ୍ଡା ଛକ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଧ୍ୟ ସାଧାରଣ ସଭାରେ ଯୋଗ ଦେଇଥିଲେ । ଭଞ୍ଜନଗର ଠାରେ ଆସନ୍ତା ଦିନରେ କିମସ୍ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ ପାଇଁ ଘୋଷଣା କରିଥିଲେ କନ୍ଧମାଳ ସାଂସଦ ତଥା କିଟ୍ କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ । ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସ୍ବାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ବ ଦିଆଯାଇପାରିବ ବୋଲି , ଡଃ. ସାମନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ।
ଭଞ୍ଜନଗର ଠାରେ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ , ବିକାଶଧାରା ଏବଂ ଜନହିତକର କାର୍ଯ୍ୟ ସବୁ , ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ଏସବୁ ସମ୍ଭବ ହୋଇ ପାରିଛି ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନେ ନିଜ ନିଜ ପ୍ରତିକ୍ରିୟା ରେ କହିଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ , ମହିଳା ଏବଂ ଜନ ସାଧାରଣ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୩/୩/୨୦୨୪----୮,୪୫ Sakhigopal News,3/3/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୩/୩/୨୦୨୪----୮,୪୫ Sakhigopal News,3/3/2024