Breaking News

ନିର୍ବାଚନ ଘଡ଼ିରେ ଜଟଣୀ ପୋଲିସର ବଡ ସଫଳତା l ୫ ଡକାୟତଙ୍କୁ କାବୁ କଲା ପୋଲିସ




ଜଟଣୀ -ନିର୍ବାଚନ ଘଡ଼ିରେ ଜଟଣୀ ପୋଲିସକୁ ମିଳିଛି ବଡ଼ ସଫଳତା l ଲୁଟ ଉଦ୍ୟମ ପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ l ସୂଚନା ମୁତାବକ ଗତ ବୁଧବାର ବିଳମ୍ବିତ ରାତିରେ  ସ୍ଥାନୀୟ ବେଣାପାଞ୍ଜରୀ ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ନିକାଞ୍ଚ ଅନ୍ଧାରୁଆ ସ୍ଥାନରେ ୫ ଜଣ ଡକାୟତ ଜଟଣୀ, ଖୋର୍ଦ୍ଧା ଏବଂ ପିପିଲି ରାସ୍ତାରେ ଟଙ୍କା ନେଇ ଯାଉଥିବା ପଥିକଙ୍କୁ ବାଟରେ ଅଟକାଇ ଭୟଭୀତ କରାଇ ଲୁଟ ଉଦ୍ୟମର ଯୋଜନା କରୁଥିବା ସମୟରେ ଜଟଣୀ ଥାନାର ରାତ୍ରିକାଳୀନ ଡ୍ୟୁଟିରେ ଥିବା ଏସ. ଆଇ. ସସ୍ମିତା ସାହୁ  ଡକାୟତି ଯୋଜନା ସମ୍ପର୍କରେ  ବିଶେଷ ସ୍ଵତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଅଚାନକ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିନେଇଥିଲେ l ଏହି ଅଭିଯୁକ୍ତ ମାନେ ହେଲେ ବେଣାପଞ୍ଜରୀ ଗ୍ରାମର ମହମ୍ମଦ ଅରବାଜ ଓରଫ ମଙ୍ଗୁଳି (୨୨), ସରିଫ ଖାନ ଓରଫ ଚିଣ୍ଟୁ (୨0) ଏବଂ ଏସକେ.ଇସ୍ତାକ. ଏହେମଦ ଓରଫ ସକିଲ (୨୨), ତିରିମଲ ଗ୍ରାମ ପାତ୍ର ସାହିର ଦିପ୍ତି ରଞ୍ଜନ ଭୁଜବଳ ଓରଫ ପିଣ୍ଟୁ (୨୫) ଏବଂ ସୁମନ୍ତ ପାତ୍ର ଓରଫ କାହ୍ନୁ (୨୯) l ସେମାନଙ୍କ ପାଖରୁ ୫ ଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ନାଲି ଓ କଳା ରଙ୍ଗର ଦୁଇଟି ପଲସର ସହ ଗୋଟିଏ କଳା ରଙ୍ଗର ସିଡ଼ି ଡିଲକ୍ସ ଏବଂ ଗୋଟିଏ ଧଳା ରଙ୍ଗର ସ୍କର୍ପିଓ ଗାଡି ପୋଲିସ୍ ଜବତ କରିବାରେ ସଫଳ ହୋଇଛନ୍ତି । ଥାନା କେସ ନଂ  128/24 ରେ ମାମଲା ୠଜୁକରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ଏମାନଙ୍କ ନାମରେ ଅନେକ ଅପରାଧିକ ମାମଲା ବିଭିନ୍ନ ଥାନାରେ  ରୁଜୁ ଥିବା ପୋଲିସ ପକ୍ଷରୁ ସୂଚିତ କରାଯାଇଛି l ଏହି ଡକାୟତ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ବୋଲି ଡିସିପି. ପ୍ରତୀକ ସିଂହ ସୂଚନା ପ୍ରଦାନ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୩/୨୦୨୪---୮,୧୦ Sakhigopal News,28/3/2024

Popular Posts