Breaking News

ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତରାଜ ଦିବସ ପାଳିତ



ଭଞ୍ଜନଗର : ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ପଞ୍ଚାୟତରାଜ ଦିବସ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ  ଶିକ୍ଷକ ମନୋରଞ୍ଜନ ପଣ୍ଡା, ଗଣେଶ ଚନ୍ଦ୍ର ପଣ୍ଡା, ସlଜନ ସ୍ୱାଇଁ,ଶିକ୍ଷୟିତ୍ରୀ ରାଜଲଷ୍ମୀ ସାହୁ, ସୁଜାତା ଦାସ, ବାଳକୃଷ୍ଣ ପାତ୍ର ଯୋଗ ଦେଇ ଦିବସର ତlପ୍ତଯ୍ୟ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଇତିହାସ ଉପରେ ବକ୍ତବ୍ୟ ରଖିଥଲେ l ଛାତ୍ରଛାତ୍ରୀ ଙ୍କ ତରଫରୁ ବିଜୁ ବାବୁଙ୍କ ଉପରେ ଭାଷଣ ପ୍ରତିଯୋଗିତା କରାଯାଇ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଶେଷରେ ଶିକ୍ଷୟିତ୍ରୀ ରାଜଲଷ୍ମୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୩/୨୦୨୪----୮,୨୫ Sakhigopal News,5/3/2024

Blog Archive

Popular Posts