Breaking News

ଖୋର୍ଦ୍ଧାରୋଡ ରେଳ ପ୍ଲାଟଫର୍ମରୁ ଦେଢ଼ କୁଇଣ୍ଟାଲ ରୁ ଉର୍ଦ୍ଧ ଗୋମାଂସ ଜବତ , ବିନା ତନଖିରେ ପାର୍ସଲ ପେଟି ଆସୁଛି କିପରି



ଜଟଣୀ : ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ପ୍ରମୁଖ ମାଧ୍ୟମ ପାଲଟି ପାର୍ସଲ ପରିବହନକାରୀଙ୍କ ଭୂସ୍ୱର୍ଗ ପାଲଟିଛି ।  ଖୋର୍ଦ୍ଧାରୋଡ ରେଳ ପ୍ଲାଟଫର୍ମରୁ ମାଛ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସୋଲ ପେଟି ମଧ୍ୟରେ ଚାଲାଣ ହେଉଥିବା ୩ପେଟି ଗୋମାଂସ ଜବତ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କିଛି ଗୋ ସୁରକ୍ଷା କର୍ମକର୍ତ୍ତାଙ୍କୁ ଏହି ଗୋମାଂସ ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା I ସୂଚନାକୁ ଆଧାର କରି କର୍ମୀ ଚିତ୍ତରଞ୍ଜନ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ପ୍ଲାଟ୍ ଫର୍ମର ଶେଷ ଭାଗରେ ଗଦା ହୋଇଥିବା ପ୍ୟାକେଟ୍ ଗୁଡିକ ଅନୁଧ୍ୟାନ କରି ଆରପିଏଫ ଓ ଜିଆରପି କର୍ମଚାରୀ ଙ୍କ ଉପସ୍ଥିତିରେ ପ୍ୟାକେଟ୍ ଖୋଲିବା ପରେ ତିନୋଟି ପେଟିରେ ବରଫ ପ୍ୟାକିଂ ଦିଆଯାଇ ଗୋମାଂସ ଥିବା ଦୃଷ୍ଟି ଗୋଚର ହୋଇଥିଲା l ତେବେ ଏହି ଘଟଣାରେ ପେଟି ଗୁଡିକ ଚାଲାଣ କରିବା ପାଇଁ ଦାୟିତ୍ୱ ନେଇଥିବା ହାଟ ବଜାର ଅଞ୍ଚଳରେ ରହୁଥିବା ଜିତେନ୍ଦ୍ର କୁମାର ଜାଲି ଓରଫ ଜିତୁ ୩୫ ନାମକ ଜଣେ ମଧ୍ୟସ୍ଥିଙ୍କୁ ଜିଆରପି ପକ୍ଷରୁ ଅଟକ ରଖାଯାଇ ତଦନ୍ତ କରାଯାଇଥିଲା l ମିଳିଥିବା ସୂଚନା ଅନୁସାରେ ଉକ୍ତ ପେଟି ଗୁଡିକ ପୂର୍ବ ଦିନଠାରୁ ଖୋର୍ଦ୍ଧା ପୁରୁଣା ବସ୍ ଷ୍ଟାଣ୍ଡ ଠାରୁ ଆସି ସ୍ଥାନୀୟ ହରି ଭାଇନା ଛକ ଠାରୁ ଏକ ଅଟୋ ଯୋଗେ ଷ୍ଟେସନକୁ ଅଣାଯିବା ପରେ ସୋମବାର କୋଣାର୍କ ଏକ୍ସପ୍ରେସ୍ ଯୋଗେ ବିଶାଖାପାଟଣା ଅଭିମୁଖେ ଯାଇଥାନ୍ତା । ଏବଂ ଯାହାକି ୟସ୍ ସି ଏସ୍ ଟିଏମ୍ ଅଲ୍ଲୀ ନାମରେ ପାର୍ସଲ ବିଭାଗରେ ବୁକ ହୋଇଥାନ୍ତା ବୋଲି ଅଟକ ଯୁବକ ଜଣକ ପ୍ରକାଶ କରିଥିଲେ l ତେବେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ପାର୍ସଲ ପରିବହନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ରେଳ ବିଭାଗ କିପରି ଆଖି ବୁଜି ଦେଇଛି ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି l ବିନା ତନଖିରେ ଜିନିଷ ପାର୍ସଲ ହୋଇ ଷ୍ଟେସନ ପ୍ଳାଟଫର୍ମ ଭିତରକୁ ଆସୁଛି କିପରି l ଆଜି ଗୋମାଂଶ ହେଲା ପରବର୍ତ୍ତୀ ସମୟରେ କେଉଁ ଅଜଣା ବ୍ୟକ୍ତି ବିସ୍ଫୋରକ ପାର୍ସଲ ପେଟି ଆଣି ଷ୍ଟେସନ ମଧ୍ୟରେ ରଖି ଅଘଟଣ ଘଟାଇଲେ ଏଥିପାଇଁ ଦାଇ କିଏ ରହିବ ଏହା ସାଧାରଣରେ ଚର୍ଚ୍ଚା ହୋଉଛି l ଏଥିରେ ରେଳ ଯାତ୍ରୀ କେତେ ସୁରକ୍ଷିତ ଷ୍ଟେସନ ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଲୱେ ସୁରକ୍ଷା ବାହିନୀ ଏବଂ ଜି.ଆର.ପି ଭଳି ଦୁଇ ଦୁଇଟି ସଂସ୍ଥା ଥିବା ବେଳେ ଏଭଳି ଅସୁରକ୍ଷିତ କାର୍ଯ୍ୟ ହେବା ବୁଦ୍ଧିଜୀବୀଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୩/୨୦୨୪-----୭,୪୫ Sakhigopal News,12/3/2024

Blog Archive

Popular Posts