Breaking News

ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ନୂତନ କର୍ମକର୍ତ୍ତା ଚୟନ



ସାକ୍ଷୀଗୋପାଳ ----- ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ୨୦୨୪-୨୦୨୫ ବର୍ଷ ପାଇଁ  ନୂତନ କର୍ମକର୍ତ୍ତା ଚୟନ ପଟ୍ଟନାୟିକିଆ ଛକ ସ୍ଥିତ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ବିକାଶ ପରିଷଦର ଓଡିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାଶ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଭାରତ ବିକାଶ ପରିଷଦର କ୍ଷେତ୍ରୀୟ ମହିଳା ବାଳ ବିକାଶର କ୍ଷେତ୍ରୀୟ ମହା ସଚ୍ଚିବ ଶ୍ରୀମତି ସୁପ୍ରୀତି ରଥ, ଓଡିଶା ପୂର୍ବ ପ୍ରାନ୍ତର ସଚ୍ଚିବ ସୌମ୍ୟନ୍ଦ୍ର ଦାଶ ଓ ଓଡିଶା ପୂର୍ବ ପ୍ରାନ୍ତର ମିଡିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ  ଯୋଗ ଦେଇଥିଲେ । ଏହି ଅବସରରେ ସତ୍ୟବାଦୀ ଶାଖାର ୬୦ ଜଣ ସଦସ୍ୟା ସଦସ୍ୟ ଯୋଗ ଦେଇଥିଲେ ।  ସତ୍ୟବାଦୀ ଶାଖାର ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଭାବେ ନବଘନ ଶତପଥି, ଅର୍ଥ ସଚ୍ଚିବ ଭାବେ ବିଜୟ କୁମାର ପରିଡା, ସଂଗଠକ ସଚ୍ଚିବ ଭାବେ ସୁନିଲ କୁମାର ବେହେରା, ଉପସଭାପତି ଭାବେ ବିଷ୍ଠୁ ମହାରଣା, ସେବା ସଚ୍ଚିବ ଲିଙ୍ଗରାଜ ସାହୁ, ସଂସ୍କାର ସଚ୍ଚିବ ବିଭୁ ପ୍ରସାଦ ମହାପାତ୍ର, ସ୍ୱାସ୍ଥ୍ୟ ସଚ୍ଚିବ ଅମୀୟ କୁମାର ସ୍ୱାଇଁ, ମହିଳା ବାଳ ବିକାଶ ସଚ୍ଚିବ ରୀତା ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି । ନବ ର୍ନିବାଚିତ କର୍ମକର୍ତ୍ତାଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଓଡିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାଶ,  ଫୁଲତୋଡା ଦେଇ ସ୍ୱାଗତ କରିବା ସହ ସମସ୍ତେ ମିଳିମିଶି କାମ କରିବା ସହ ଏହି ସଂଗଠନକୁ ମଜବୁତ କରିବା ସହ ଲୋକମାନଙ୍କର ସେବା କରିବା ପାଇଁ ସମସ୍ତେ ମନୋବୃତି ରଖିବା ପାଇଁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦିଗନ୍ତ ପତି, ଦେବାଶିଷ ମିଶ୍ର, ସୁନାକର ପତି, ବ୍ୟନ୍ଦାବନ ରଥ, ରବୀନ୍ଦ୍ର ନାଥ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତପସ୍ୱନୀ ଦାଶ ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୪ ----୯,୧୦    Sakhigopal News, 29/3/2024

Popular Posts