Breaking News

ବେଆଇନ୍ ବିସ୍ଫୋରକ ଗଛିତ ମାମଲାରେ ଜଣେ ଗିରଫ



ଜଟଣୀ : ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ବଡ ନୂଆଗାଁ ଅଞ୍ଚଳରେ ପ୍ଳଟ ନମ୍ବର ୧୪୦/୭୫୭ ରେ ନିର୍ମିତ ଏକ ଘରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଗଛିତ ରଖାଯିବା ସହିତ ହାତ ତିଆରି ଓ ମେସିନରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ବାଣ ପ୍ରସ୍ତୁତ କରାଯାଉଥିଲା । ଏବଂ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ସବଇନ୍ସପେକ୍ଟର ବିଜୟ କୁମାର ଦାସଙ୍କୁ ସୂଚନା ପାଇଥିଲେ । ପରେ ତୁରନ୍ତ ସେଠାରେ ଚଢ଼ାଉ କରାଯାଇ ଉକ୍ତ ଗ୍ରାମର ବିମ୍ବାଧର ଶତପଥୀଙ୍କ ପୁଅ ରମାକାନ୍ତ ଶତପଥୀ (୪୯) ଙ୍କୁ ଗିରଫ କରାଯାଇଥିଲା l ଘଟଣା ସ୍ଥଳରୁ ପୁଲିସ ସଲଫର ୫ କିଲୋ, ବରତ ୫ କିଲୋ, ପୋଟାସିୟମ୍ ନାଇଟ୍ରେଟ୍ ୧ କିଲୋ, ଚାର୍କୋଲ୍ ୫ କିଲୋ, ଆଲୁମିନିୟମ ପାଉଡର ୨ କିଲୋ , ଗନ୍ ପାଉଡର ୫ କିଲୋ , ଗନ୍ ପାଉଡର ବଲ୍ ୧୦ କିଲୋ, ଅନ୍ୟାନ୍ୟ କେମିକାଲ ପାଉଡର ୭ କିଲୋ , ବାଣ ତିଆରିରେ ବ୍ୟବହୃତ ହେଉଥିବା ମେସିନ୍, ଏବଂ ପ୍ରସ୍ତୁତ ହୋଇ ରଖାଯାଇଥିବା ଅକାଶରେ ଫୁଟୁଥିବା ବାଣ ଇତ୍ୟାଦି ଜବତ କରାଯାଇଥିଲା l ଏ ନେଇ ଥାନାରେ ୧୩୧/୨୪ ରେ ଏକ ମାମଲା ରୁଜୁ କରାଯିବା ସହ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ସୂଚନା ଦେଇଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୩/୨୦୨୪----୧୦,୩୫ Sakhigopal News,29/3/2024

Blog Archive

Popular Posts