Breaking News

ସଡ଼କ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୁର୍ତ୍ୟୁ



ଜଟଣୀ ---- ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମର  ମେଳଣ ପଡିଆ ରେ  ରହୁଥିବା ଯୁବ ଇଞ୍ଜିନିୟର ଶ୍ରୀ ମିଲନ ମହାନ୍ତି @ମିଲୁ  ବୟସ ପଇଁଚାଳିଶ ।  ଜଟଣୀ ବ୍ଲକ ପାଖରେ ଏକ ହାଇୱା ଟ୍ରକ ଚାପାରେ ମୁର୍ତ୍ୟୁ ଘଟିଛି l ଖବର ମୁତାବକ ସ୍ବର୍ଗତ ଶ୍ରୀ ମହାନ୍ତି ଖୋର୍ଦ୍ଧା ଠାରେ ଏକ କମ୍ପାନୀରେ ଇଞ୍ଜିନିୟର ଭବେ କାର୍ଯ୍ୟକରନ୍ତି । ମାର୍ଚ୍ଚ ମାସ ଶେଷ ସପ୍ତାହ ହେତୁ ଡବଲ ଡ଼ିଉଟି ସାରି ନିଜ ମୋଟର ସାଇକେଲ ରେ ରାତ୍ର ବାରଟାରେ ଖୋର୍ଦ୍ଧା ରୁ ନିଜ ଗ୍ରାମ କୁଦିଆରି କୁ ଫେରୁଥିଲେ l ବ୍ଲକ ଅଫିସ ପାରହେଲା ପରେ ଆଗରେ ଥିବା ଧାଡି ଧାଡି ହମ୍ପସ ପାଖରେ ନିୟନ୍ତ୍ରଣ ହରାଇ ପଡିଯାଇଥିଲେ । ଗାଡିଟି ରାସ୍ତା କଡରେ ପଡ଼ିଥିବା ବେଳେ ଚାଳକ ରାସ୍ତା ମଝିରେ ଛିଟିକି ପଡ଼ିଥିଲେ ! ଦୁର୍ଭାଗ୍ୟକୁ ସେହି ସମୟରେ ପଛପଟୁ ଆସୁଥିବା ବାଳଶ ବୋଜେଇ ହାଇୱା ଟ୍ରକ ଅଣ୍ଟା ଉପରେ ଚଢିଯାଇଥିଲା । ଫଳରେ  ଘଟଣା ସ୍ଥଳରେ ମୁର୍ତ୍ୟୁ ଘଟିଥିଲାସ। ସ୍ଥାନିୟ ଲୋକେ ଆମ୍ବୁଲାନ୍ସ ଯୋଗେ ଏମ୍ସପଠାଇଥିଲେ l ଖବର ମୁତାବିକ ଦୁର୍ଘଟଣା ଘଟଇଥିବା ହାଇୱା ଗାଡି ଓ ଚାଳକ କୁ ଜଟଣୀ ଥାନାରେ ଅଟକ ରଖାଯାଇଛି l  ଶବ ଏମ୍ସ ହସ୍ପିଟାଲ ରେ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରା ଯାଇଥିଲା l ଏ ନେଇ ଥାନାରେ ୧୩୦/୨୪ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ୍ ଚାଲାଣ କରାଯାଇଛି l ଏକ ଶୋକାକୁଳ ପରିବେଶରେ ଶବ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଅନ୍ତିମ ସଂସ୍କାର କରାଯାଇଥିଲା l ତାଙ୍କର ବିଧବା ପତ୍ନୀ ସାଙ୍କ୍ରିନା ବଳିୟାରସିଂ ମହାନ୍ତି ଓ ଦଶ ବର୍ଷର ଏକ ପୁତ୍ର ସନ୍ତାନ ଅଛନ୍ତି l ଅଟକ ହାଇୱା ଚାଳକ ଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ସହିତ ଉପଯୁକ୍ତ କ୍ଷତିପୂରଣ ପାଈଁ ନଗରପାଳ ଅନନ୍ତ ବେହେରା, ପୂର୍ବତନ  କାଉନସିଲର ଲୁସେନ ରାୟ,  କାଉନସିଲର ଶଶାଙ୍କ ଶେଖର ରାୟ, ପାତିଆ ପାଇକରାୟ,  ବାପୁ ମହାନ୍ତି , ରେଳ ଶ୍ରମିକ କଂଗ୍ରେସର ବରିଷ୍ଟ ନେତା ଏଲ ଡ଼ି ମହାନ୍ତି ସମେତ ସମବେତ  ଗ୍ରାମବାସୀ ମାନେ ଦୃଢ ଦାବି କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୨୯/୩/୨୦୨୪---୬୧୦,୫୦ Sakhigopal News 29/3/2024

Popular Posts