Breaking News

ଝୁଲନ୍ତା ଅବସ୍ଥାରେ ଛାତ୍ର ର ମୃତଦେହ ଉଧାର ,ଆତ୍ମହତ୍ୟା ସନ୍ଦେହ


ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ରାଇପଲ୍ଲୀ ଗ୍ରାମରେ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଧାର  ହୋଇଛି । ମୃତକ ଜଣକ ସେହି ଗ୍ରାମର ରାମନଥ ବିଷୋୟୀଙ୍କ ପୁତୁରା ରୁଦ୍ର ବିଷୋୟୀ ବୋଲି ଜଣାପଡିଛି । ଘର ଭିତରେ ଫ୍ଯାନ ରେ ରଶି ଲଗାଇ ଆତ୍ମହତ୍ୟା  କରିଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ଯେ ମଙ୍ଗଳବାର ସକାଳେ ଭଞ୍ଜନଗର କଲେଜ ରୁ  ଆସି ଘରକୁ ଫେରିଥିଲେ  ।  କୌଣସି କାରଣକୁ ନେଇ ଘରେ କେହି ନ ଥିବା ଅବସ୍ଥାରେ ଫ୍ଯାନ ରେ ରଶି ଲଗାଇ ଝୁଲି ପଡ଼ିଥିଲେ । ସ୍ଥାନୀୟ ଲୋକେ  ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଧାର କରିଥିଲେ  । ସେଠାରୁ ଭଞ୍ଜନଗର ମେଡିକାଲରେ  ଭର୍ତ୍ତି କରିଥିଲେ ।   ସେଠାରେ ଚିକିତ୍ସାଧୀନ ଅବସ୍ଥାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଘଟଣାକୁ ନେଇ ତାରସିଂ ଥାନାରେ ମୃତ ରୁଦ୍ର ର ଦାଦା ରାମନାଥ ବିଷୋୟୀ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ତାରସିଂ ଥାନା ପୋଲିସ  , କେସନଂ ୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା  ତାରସିଂ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୩/୨୦୨୪---୭,୩୫ Sakhigopal News,6/3/2024

Blog Archive

Popular Posts