Breaking News

ସାଇ ଗୁରୁକୁଳ ଆବାସିକ ବିଦ୍ୟଳୟ ପକ୍ଷରୁ ବିଶ୍ୱ ଘର ଚଟିଆ ଦିବସ ପାଳିତ

 
 ଭଞ୍ଜନଗର--   ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ, ଭଞ୍ଜନଗର ରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ବିଶ୍ୱ ଘର ଚଟିଆ ଦିବସ ଅନୁଷ୍ଠାନ ର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଅବ୍ୟତାନୀକ ବନ୍ୟ ପ୍ରାଣୀ ତତ୍ତ୍ୱବଧାରକ ସୁଲପାଣି ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମାର୍ଚ୍ଚ କୋଡ଼ିଏ ତାରିଖ ବିଶ୍ୱ ଘର ଚଟିଆ ଦିବସ ପାଳନ ରଆବଶ୍ୟକତା ଏବଂ ପରିବେଶ ସୁରକ୍ଷା ବାବଦରେ ଆଲୋଚ୍ଚନା କରିଥିଲେ । ଅନୁଷ୍ଠାନର ପ୍ରଧାନ ଗୁରୁଜୀ ପଞ୍ଚାନନ ସାହୁ ସ୍ୱାଗତ ଭାଷଣ ଦେବା ସହ ଏହି ପକ୍ଷୀ ଟିର ସୁରକ୍ଷା ଏବଂ ସେମାନଙ୍କ ବଂଶ ବୃଦ୍ଧି ସକାଶେ ମତ ରଖିଥିଲେ । ଅନ୍ୟତମ ଅତିଥି  ଅଜିତ ଶତପଥୀ ଅଗାମି ଦିନରେ କୃତିମ ବାସ ଗୃହ ତିଆର କରି ଏମାନଙ୍କୁ ଅଧିକରୁ ଅଧିକ ସଂଖ୍ୟା ରେ ବଞ୍ଚିବା ସକାଶେ ଜନ ସଚେତନତା ସୃଷ୍ଟି ସକାଶେ ମତ ରଖି ଥିଲେ l ଘର ଚଟିଆ ଙ୍କୁ ସୁରକ୍ଷା ଦେବା ସକାଶେ ବିଭିନ୍ନ ବିଦ୍ୟାଳୟ ର ଇକୋ କ୍ଳବ, ପ୍ରତି ଅଞ୍ଚଳ ର ବନ ସୁରକ୍ଷା ସମିତି ଏବଂ ସ୍ବେଛାସେବୀ ଅନୁଷ୍ଠାନ ଗୁଡିକ ଧ୍ୟାନ ଦେଲେ ଏମାନଙ୍କ ବଂଶ ବୃଦ୍ଧି ହୋଇ ପାରିବବୋଲି ଆଲୋଚନା ରେ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଅତିଥି ମନ୍ତବ୍ୟ ରଖି ଥିଲେ l କୃତିମ ଵାସ ଗୃହରେ ଏହି ପକ୍ଷୀ ମାନଙ୍କୁ କିପରି ଶିକ୍ଷା ଅନୁଷ୍ଠାନ ଓ ମନ୍ଦିର ରେ ରଖା ଯାଇ ପାରିବ ଆଲୋଚନା କରାଯାଇ ଏବଂ କୃତିମ ଗୃହ ପ୍ରଥମେ ଏହି ଅନୁଷ୍ଠାନ ରେ ରଖା ଗଲା l  ମାମି ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୩/୨୦୨୪----୬,୨୫ Sakhigopal News 20/3/2024

Blog Archive

Popular Posts