Breaking News

ସତ୍ୟବାଦୀରେ ରାଜ୍ୟ ସ୍ତରୀୟ ପଶା ଖେଳ ପ୍ରତିଯୋଗିତା ଅନୁଷ୍ଠିତ



ସାକ୍ଷୀଗୋପାଳ---  ସାକ୍ଷୀଗୋପିନାଥ ମନ୍ଦିର ସମ୍ମୁଖରେ ରାଜ୍ୟ ସ୍ତରୀୟ ୧୫ତମ ବାର୍ଷିକ ପଶା ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ପଶା ଖେଳ ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯିବା ସହ ସମସ୍ତ ସଦସ୍ୟ ମାନେ ପଶା ଖେଳ ପରିଚାଳନାରେ ସହଯୋଗ କରିଥିଲେ । ବିଳମ୍ବିତ ରାତିରେ ସାକ୍ଷୀଗୋପିନାଥ ସେବାୟତ ସଂଘର ସମ୍ପାଦକ ବିଜୟ କୁମାର ନନ୍ଦ , ପଶାଖେଳାଳୀ ତଥା ସେବାୟତ ସୁରେନ୍ଦ୍ର ମହାପାତ୍ର, ସେବାୟତ ସଂଘର ସଦସ୍ୟ ସୁବାସିତ ମେକାପ ଓ ପ୍ରଫୁଲ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ପଶା କାଠି ଗଡାଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରାୟ ବିଭିନ୍ନ ସ୍ଥାନରୁ ୪୫ ଟି ଦଳ ଅଂଶ ଗ୍ରହଣ କରିଥିବା ଖେଳ ପରିଚାଳନା କମିଟିର ସଦସ୍ୟ ଫ୍ରଫୁଲ ଜେନାଙ୍କ ଠାରୁ ସୁଚନା ମିଳିଛି । ପଥମ ମ୍ୟାଚ ମୁକ୍ତାପୁର ସହିତ ବାଟୁଳିପଡା ପଶା ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପଶା ଖେଳ ଚାଲିଥିଲା ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୦୨୪----୯,୧୦      Sakhigopal News, 16/3/2024

Blog Archive

Popular Posts