>>
  • କେବେ ହେବ ସହର ମୁଖ୍ୟ ରାସ୍ତା ସମ୍ପ୍ରସାରଣ , ଦିନକୁ ଦିନ ରାସ୍ତା ହେଉଛି ସଂକୁଚିତ
  • >>
  • ଆଇଆଇଟି ଭୁବନେଶ୍ୱରରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ସମ୍ମିଳନୀ ଅନୁଷ୍ଠିତ
  • >>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • ସାକ୍ଷୀଗୋପିନାଥ ଦେବଙ୍କ ଚନ୍ଦନଯାତ୍ରା ଶେଷ ; ଆସନ୍ତା କାଲି ଠାରୁ ଭିତର ଚନ୍ଦନଯାତ୍ରା ଆରମ୍ଭ



    ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ଦେବଙ୍କର ଚନ୍ଦନଯାତ୍ର ପବିତ୍ର ଅକ୍ଷୟତୃତୀୟ ଠାରୁ ଆରମ୍ଭ ହୋଇ  ଭଁଉରୀ ବା ଆଜି ଶେଷ ହୋଇଯାଇଛି । ସାକ୍ଷୀଗୋପିନାଥଙ୍କର ଚଳନ୍ତି ପ୍ରତିମା ଶ୍ରୀମଦନ ମୋହନ ଓ ମା ରାଧାଦେବୀ   ଭଅଣ୍ଡଧୂପ ପରେ ଠାକୁର ଚନ୍ଦନବେଡା ଓ ପଣାଲାଗି ହେବା ପରେ ମନ୍ଦିରରୁ   ନାମସଂକୀର୍ତ୍ତନ ସହ ଘଣ୍ଟ, ଘଣ୍ଟା, କାହାଳୀ, ତେଲିଙ୍ଗିବାଜା ସହ ଛତି, ତ୍ରାସ ବୈରଖ, ଆଲଟ, ଚାମର ସହିତ ବିମାନରେ ଚନ୍ଦନ ମଣ୍ଡପକୁ ବିଜେ କରିଥାନ୍ତି । ଚନ୍ଦନପୋଖରୀରେ ଅପେକ୍ଷାରତ ରଙ୍ଗବେରଙ୍ଗ ଫୁଲ ମାଳରେ ସଜ୍ଜିତ ହୋଇ ରହିଥିବା  ଡଙ୍ଗାକୁ ସେବାୟତ ମାନେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ପ୍ରତିଦିନ ଦିନରେ ଗୋଟିଏ ଘେରା ଚାପ ଖେଳ ଅନୁଷ୍ଠିତ ହେଉଥିବା ବେଳେ ଭଉଁରୀ ଦିନରେ ସ୍ୱତନ୍ତ ଚାପନୀତି କରାଯାଇଥିଲା । ଦିନଚାପରେ ତିନିଥର ବୁଲିବା ସହ ପ୍ରତିକୋଣରେ ସାତଘେରା  ଚାପହୋଇଥିଲା । ଦିନ ଚାପ ସରିବା ପରେ  ଠାକୁରଙ୍କୁ ସେବକ ମାନେ ଡଙ୍ଗାରୁ ନେଇ ପ୍ରସ୍ତୁତ ହୋଇ ରହିଥିବା ଚନ୍ଦନକୁଣ୍ଡରେ ବିଜେ କରାଇଥିଲେ । ରାତିରେ ଚନ୍ଦନ କୁଣ୍ଡରୁ ଠାକୁରଙ୍କୁ ଚନ୍ଦନ ସିଂହାସନକୁ କାଡିବା ପରେ ଠାକୁରଙ୍କ ନୀତିକାନ୍ତି  ଓ ଜାତଭୋଗ ଅନୁଷ୍ଠିତ ହୋଇଥିଲା ।  ପରେ  ମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦନ ମଣ୍ଡପରେ  ଗୋଟି ପୁଅ ନୃତ୍ୟୁ ପରିବେଷଣ କରାଯାଇଥିଲା । ରାତିରେ ପୁନର୍ବାର ଠାକୁରଙ୍କର ସେହିପରି ଚନ୍ଦନ ପୋଖରୀରେ ୭ଘେରା ପ୍ରତି କୋଣରେ ୨୧ ଭଉଁରୀ ଚାପ କରାଯାଇ ଆତସବାଜି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।  ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଚନ୍ଦନ ମଣ୍ଡପ, ଯାଗାଘର, ମନ୍ଦିର କାର୍ଯ୍ୟାଳୟ ଓ ଚନ୍ଦନ ପୁଷ୍କରଣୀ  ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜିତ ହୋଇଥିଲା । ଯାତ୍ରା ଦେଖିବା ପାଇଁ ବିଭିନ୍ନ ଆଖପାଖ ଗ୍ରାମରୁ  ଶ୍ରଦ୍ଦାଳୁ ମାନେ ଚାପରେ ଠାକୁରଙ୍କୁ ଦର୍ଶନ କରିଥିଲେ । ଚନ୍ଦନ ପୋଖରୀ ଚତୁପାଶ୍ୱର୍ରେ ବିଭିନ୍ନ ଉଠାଦେକାନୀ ମାନଙ୍କର ଗହଳି ଲାଗିଥିଲା । ବଡଯାଗାଘର ପକ୍ଷରୁ କାଳିଯାତ, ଗାଦିଗୋସେଇଁ , ନାଗା, ବୁଡାବୁଢ଼ି, ଶବର ଶବରୁଣୀ  ଓ ଦୁର୍ଗା ମେଢ଼ ଆଦି ସାହିଯାତ ଅନୁଷ୍ଠିତ ହୋଇଥିଲା । ଚନ୍ଦନପୋଖରୀ ଠାରୁ ମନ୍ଦିର ପର୍ଯ୍ୟନ୍ତ ଗହଳିଚହଳି ଲାଗିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଳମ୍ବିତ ରାତିରେ  ମହାପ୍ରଭୁ ବିମାନରେ ବିଜେ କରି ଯାଗାଘର ଓ ମନ୍ଦିର କାର୍ଯ୍ୟାଳୟ ଠାରେ ଖଇ,କୋରା, ଚୁଡାଘଷା, ପଇଡ, ବିଭିନ୍ନ ଫଳମୂଳ ଏପରିକି ଆମ୍ବ, ପଣସ, କଦଳୀ ପନ୍ତି ଭୋଗ ଖାଇ  ମନ୍ଦିରକୁ ଫେରିଥାନ୍ତି  ।  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ  ଓ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଓ ସେବାୟତ ମାନଙ୍କ ସହଯୋଗରେ ଠାକୁରଙ୍କ ଚନ୍ଦନଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଯାଇଛି ।  ଆସନ୍ତା କାଲି ଠାରୁ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବା ସହ କୀଚକ ବଧ ନିୟମ ପାଳନ କରାଯିବ ବୋଲି ଜଣାପଡିଛି । ଚନ୍ଦନଯାତ୍ରା ଅବସରରେ ଚନ୍ଦନପୋଖରୀ ନିକଟରେ ଅବସ୍ଥିତ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଚନ୍ଦନଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଲୋକମାନେ ବିଳମ୍ବିତରାତି ପର୍ଯ୍ୟନ୍ତ ଚନ୍ଦନଯାତ୍ରା ଦେଖିବା ସହିତ ନାଚଗୀତର ମଜା ଉଠାଇଥିଲେ । ଅନୁଷ୍ଠାନର ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଠିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆଇନଜୀବୀ ଅଞ୍ଜନ ହୋତା ସଂଯୋଜନା କରିଥିଲେ । 

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୫/୨୦୨୩---୬,୧୦  

     Sakhigopal News, 12/5/2023

    Blog Archive

    Popular Posts