Breaking News

ଭଞ୍ଜନଗର ଗ୍ରୀଟ୍ ର ୨୭ ତମ ଟ୍ରଷ୍ଟ ବୋର୍ଡ ବୈଠକ



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ “ବିଡେକା” ଭବନ ଠାରେ “ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ” (ଗ୍ରୀଟ୍) ର ୨୭ ତମ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଟ୍ ର ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଙ୍କ ପୌରହିତ୍ୟରେ ଆୟୋଜିତ ଚଳିତବର୍ଷର ପ୍ରଥମ ବୈଠକରେ ଗଞ୍ଜାମ ଜିଲ୍ଲାର ୧୧ ଟି ସହରର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଥିଲା । ଏଥିରେ ୨୧ ଉର୍ଦ୍ଧ୍ବ ପ୍ରସ୍ତାବ ପାରିତ ହୋଇଥିଲା । ଏହା ସହ ଆସିକା ବସଷ୍ଟାଣ୍ଡ ର ଉନ୍ନତିକରଣ , ସ୍ଥାୟୀ ବଜାରର ଗୃହ ନିର୍ମାଣ , ବିଭିନ୍ନ ସହରର ଆଲୋକୀକରଣ, ହାଉସିଂ ପ୍ରୋଜେକ୍ଟ ରେ ରହିଥିବା ସମସ୍ୟାର ସମାଧାନ, ଖୋଲା ସ୍ଥାନରେ ଜିମ୍ ନିର୍ମାଣ ଭଳି ସହର ଗୁଡ଼ିକର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିଲା । ଏପରିକି ଭଞ୍ଜନଗର ଗ୍ରୀଟ୍ ଅଧିନରେ ରହିଥିବା ୧୩ ଟି ପଞ୍ଚାୟତ ଏବଂ ୮ ଟି ସହରାଞ୍ଚଳର ବିକାଶ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଏବଂ ସହରାଞ୍ଚଳ କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରାଯାଇଥିବା ନେଇ ଗ୍ରୀଟ୍ ଅଧ୍ୟକ୍ଷ କହିଥିଲେ । କାର୍ଯ୍ୟକ୍ରମ ରେଭଞ୍ଜନଗର  ନଗରପାଳ ଗୋପବନ୍ଧୁ ମହାପାତ୍ର ,ଭଞ୍ଜନଗର ଏନଏସିର ନିର୍ବାହୀ ଅଧିକାରୀ ଆଶୁତୋଷ କର, ଆସିକା ନଗରପାଳ ବିନେତା ସ୍ବାଇଁ , ଆସିକା , ଭଂଜନଗର , ବେଲଗୁଣ୍ଠା ଓ ହିଞ୍ଜିଳି ର ନିର୍ବାହୀ ଅଧିକାରୀ ଏବଂ ସ୍ଥାନୀୟ  ପଞ୍ଚାୟତ ଗୁଡିକର ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୫/୨୦୨୩---୯,୩୫ Sakhigopal News ,26/5/2023

Popular Posts