Breaking News

ବିଦ୍ୟୁତ୍ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ


 ଭଞ୍ଜନଗର-ଭଞ୍ଜନଗର ଥାନା ଅନ୍ତର୍ଗତ ମାଲସାହିରେ ରହୁଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ  ନିରଞ୍ଜନ ଗୈାଡ  ବିଦ୍ୟୁତ ଆଘାତରେ ମୃତ୍ୟୁ  ଘଟିଛି। ଖବର ନେବାରେ ନିରଞ୍ଜନ ଘର କାମ କରୁଥିବା ବେଳେ କୈଣସି କାରଣରୁ ବିଦ୍ୟୁତ୍ ସରବାହ ନ ଆସିବାରୁ ବିଦ୍ୟୁତ୍ ତାର ସଜାଡୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହେଇପଡିଥିଲେ। ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ସେଠାରେ ଡାକ୍ତର ନିରଞ୍ଜନକୁ ମୃତ୍ୟୁ ଘୋଷଣା କରିଥିଲେ ।ଭଞ୍ଜନଗର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ନିରଞ୍ଜନର ମୃତଦେହକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା । ନିରଞ୍ଜନର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୫/୨୦୨୩----୫,୨୦ Sakhigopal News,17/5/2023

Blog Archive

Popular Posts