ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ
କନ୍ଧମାଳ---- ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କ. ନୂଆଗାଁ ବ୍ଲକ ବାଲିଗାଡା ପଞ୍ଚାୟତ ର ରାବତବାଡ଼ି ଠାରେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ବାଲିଗାଡା ପଞ୍ଚାୟତ ର ଦୁଇ ଶହ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି l ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ ଙ୍କ ଉପସ୍ଥିତି ରେ ନିଜ ଦଳ ଛାଡି 80ରୁ ଉର୍ଦ୍ଧ ପରିବାର ର ସଦସ୍ୟ ବିଜେଡି ରେ ସାମିଲ ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଓ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ରେ ସାମିଲ ହୋଇଥିବା ଦଳ ଛାଡିଥିବା କର୍ମୀ କହିଛନ୍ତି l ବିଜେଡି ର ଏହି ମିଶ୍ରଣ ପର୍ବ ରେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲଚନା ଦଳବେହେରା, କ. ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେଵ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଳିକ ଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୫/୨୦୨୩ ---- ୮,୪୫ Sakhigopal News ,31/5/2023