Breaking News

ଗଞ୍ଜେଇ ନିଶାରେ, ନାଚି ନାଚି ଜାଳିଦେଲା ନିଜ ଘର



ଭଞ୍ଜନଗର - ନିଶା ତ' ନିଶା ଗଞ୍ଜେଇ ନିଶା ଏହି ନିଶା ଏତେବଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ତାହା ଯେ କେହି ନିଜେ ହିଁ ଦେଖିଲେ ବିଶ୍ୱାସ କରିବ । ଗଞ୍ଜେଇ ନିଶାରେ ଟଳମଳ ଯୁବକ ନିଜ ଘରେ ନିଜେ ନିଆଁ ଲଗାଇବା ସହ ଆଉ ନାଚୁଥିଏ । ଚାଳ-ଛପର ଘରର ନିଆଁ ଯେତିକି ହୁତୁହୁତୁ ହୋଇ ଜଳୁଥାଏ ସେତିକି ଉଦଣ୍ଡ ନୃତ୍ୟ କରୁଥାଏ ନିଶାସକ୍ତ ଯୁବକ । ଏ ହେଉଛି ଭଞ୍ଜ ନଗର ନିକଟ ଗଞ୍ଜାମ କନ୍ଧମାଳ ସୀମାନ୍ତ ସାହାଜଖାଲ ଗାଁ ର ଦୃଶ୍ୟ । ନିଆଁ ଲଗାଉଥିବା ଯୁବକ ଜଣକ ସେହି ଗ୍ରାମର ପ୍ରଦୀପ ନାୟକ । ଏହି ଗାଁ ଟି କନ୍ଧମାଳ ଜିଲ୍ଲା ର ହୋଇଥିବା ବେଳେ , ଯୋଗାଯୋଗ ଦୃଷ୍ଟିରୁ ଘଟଣା ସ୍ଥଳରେ ପହଞ୍ଚିଥିଲା ଗଂଜାମ ଜିଲ୍ଲା ଭଞ୍ଜନଗର ଅଗ୍ନିଶମ ବାହିନୀ । ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ପ୍ରଦୀପଙ୍କ ଘରର ୩ ବଖରା ଜଳିପୋଡି ପାଉଁଶ ହୋଇସାରିଥିଲା । ଭଂଜନଗର ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଲେ ବିଦ୍ୟୁତ୍ ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଛି । କିନ୍ତୁ ଘଟଣା ଥିଲା ସଂପୂର୍ଣ୍ଣ ଓଲଟା ।
ପାରିବାରିକ ଅସନ୍ତୋଷ ଏବଂ ଘରୋଇ ଜମିଜମା ବିବାଦକୁ କେନ୍ଦ୍ରକରି  ଅସନ୍ତୋଷ ଭିତରେ ରହିଥିଲା ସାହଜଖାଲ ଗାଁ ର ପ୍ରଦୀପ  ନାୟକ ।  ସାମାନ୍ୟ ଗଞ୍ଜେଇ ନିଶାରେ ମାନସିକ ଭାରସାମ୍ୟ ହରାଇ ନିଜ ଘରେ ନିଜେ ନିଆଁ ଲଗାଇ ଦେଇଥିଲା  । ଘଟଣା ସମୟରେ ସେ ଏତେ ଉତକ୍ଷିପ୍ତ ଥିଲା ଯେ ତାହାର ପାଖକୁ ଯିବାପାଇଁ ସାହି ପଡୋଶୀ କିମ୍ବା ଗାଁ ଲୋକେ ସାହସ ଜୁଟାଇ ପାରିନଥିଲେ । ଘଟଣାଟି ଶନିବାର ରାତିରେ ଘଟିଥିବା ବେଳେ , ଉପାନ୍ତ ଅଞ୍ଚଳ ହୋଇଥିବାରୁ , ଏହା ରବିବାର ଦିନ ପ୍ରଘଟ ହୋଇଥିଲା । ଅଗ୍ନିକାଣ୍ଡରେ ଘରର ଲୁଗାପଟା , ଖାଇବା ସାମଗ୍ରୀ ଓ କିଛି ଟଙ୍କା , ସବୁକିଛି ପୋଡ଼ି ଯାଇଥିଲା । ଯାହାକି , ନିଜେ ନିଆଁ ଲଗାଇବା ଘଟଣାକୁ ସ୍ବୀକାର କରିଥିଲା ପ୍ରଦୀପ । ନିଶା ଛାଡିବା ପରେ , ନିଜ ପୋଡା ଘରକୁ ଦେଖି ଅସହାୟ ହୋଇପଡିଥିଲା ପ୍ରଦୀପ । ଏବେ ଘର ଠାରୁ କିଛି ଦୂରରେ ଥିବା ,ଏକ ଖଜୁରୀ ଗଛ ତଳେ ଜରିପାଲ ଟାଣି ଦୁଇ ଛୁଆ , ସ୍ତ୍ରୀ ଓ ନିଜେ ରହୁଛି । ସ୍ଥାନୀୟ  ପଞ୍ଚାୟତର ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ପହଞ୍ଚି ଆବଶ୍ୟକ ଖାଦ୍ୟ ସାମଗ୍ରୀ , ଜରିପାଲ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏବଂ ସଂପୃକ୍ତ କ୍ଷତିଗ୍ରସ୍ତ ପରିବାରକୁ , ଆଗକୁ କିଛି ସହାୟତା ଯୋଗାଇ ଦେବାପାଇଁ କହିଛନ୍ତି ସ୍ଥାନୀୟ ସରପଞ୍ଚ ।ଏବେ ନିଜ କଲା କର୍ମ କୁ ନେଇ ଅନୁତାପ କରୁଛି ପ୍ରଦୀପ ।  ସ୍ତ୍ରୀ ଏବଂ ଦୁଇ କଅଁଳା ଛୁଆ ଅସହାୟ ଅବସ୍ଥାରେ ରହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୫/୨୦୨୩----୮,୫୫ Sakhigopal News,15/5/2023

Blog Archive

Popular Posts