Breaking News

ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ତାରା ପ୍ରସାଦ ସୁଆର ବାଲିଗୁଡା ଉପଖଣ୍ଡ ରେ ଟପ୍ପର


 କନ୍ଧମାଳ ----ଆଜି ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ତାରା ପ୍ରସାଦ ସୁଆର ଦଶମ ଶ୍ରେଣୀ ପରୀକ୍ଷା ରେ 93.66 ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିବା ସହ ବାଲିଗୁଡା ଉପଖଣ୍ଡ ରେ ଟପ୍ପର ହୋଇଛନ୍ତି l ବାଲିଗୁଡା ଆଇ.ଟି.ଡି.ଏ ରେ କାର୍ଯ୍ୟରତ କର୍ମଚାରୀ ସନ୍ତୋଷ କୁମାର ସୁଆର ଙ୍କ ପୁଅ ତାରା ପ୍ରସାଦ ଏହି ସଫଳତା ଅର୍ଜନ କରିଛନ୍ତି l ତାରା ପ୍ରସାଦ ଙ୍କ ଏହି ସଫଳତା  ନେଇ ପିତା ମାତା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁମା, ଗୁରୁଜୀ ବେଶ ଖୁସିବ୍ୟକ୍ତ କରିଛନ୍ତି l ନିଜ ମାତାପିତା , ଗୁରୁମା ଗୁରୁଜୀ ଓ ଟ୍ୟୁସନ ଶିକ୍ଷକ ଙ୍କୁ ସଫଳତା ପାଇଁ ସମସ୍ତ ଶ୍ରେୟ ଦେଇଛନ୍ତି ତାରା ପ୍ରସାଦ l ତାରା ପ୍ରସାଦ ଆଗକୁ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି  I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୯/୫/୨୦୨୩----୬,୫୫ Sakhigopal News,19/5/2023

Blog Archive

Popular Posts