Breaking News

ଗତିଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନଳକୂପ ବସାଇବା ପାଇଁ ଦାବି


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ସ୍ଥିତ ପ୍ରାଚୀନ ଶୈବପୀଠ ଗତିଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ନଳକୂପ ବସାଇବା ପାଇଁ  ସ୍ଥାନୀୟ ବିଧାୟଙ୍କ ନିକଟରେ ଦାବି କରାଯାଇଛି । ଏହି ଦାବିକୁ ବିଧାୟକ ହୃଦୟଙ୍ଗମ କରି ତୁରନ୍ତ ସେଠାରେ ଏକ ନଳକୂପ ବସାଇବା ପାଇଁ  ଜିଲ୍ଲା ଆରଡ୍ୟୁଏସଏସ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ଜଣାଇଥିବା ଜଣାପଡିଛି ।  ସୁଚନାଯୋଗ୍ୟ ଯେ ଏହି ମନ୍ଦିରଟି ବହୁ ପ୍ରାଚୀନ ହୋଇଥିବା ହେତୁ ପ୍ରତିଦିନ ଏଠାରେ ଶତାଧିକ ଭକ୍ତଙ୍କ ଗହଳି ଲାଗିଥାଏ । ମାତ୍ର ମନ୍ଦିରରେ ପାଣିର କୌଣସି ସୁବିଧା ନଥିବାରୁ ଭକ୍ତ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଉପେନ୍ଦ୍ର ପ୍ରଧାନ, ବଳରାମ ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ସତ୍ୟବାନ ଦୀକ୍ଷି୍‌ତ,ପ୍ରଶାନ୍ତ କୁମାର ବିଶ୍ୱାଳ, ରବୀନ୍ଦ୍ର କୁମାର ସାହୁ, ସ୍ୱାଧୀନ ପ୍ରଧାନ, ସନ୍ତୋଷ ପଣ୍ଡା ପ୍ରମୁଖ ବିଧାୟକଙ୍କୁ ଏ ସମ୍ପର୍କରେ ଲିଖିତ ଜଣାଇବାସହ ସାକ୍ଷାତ କରିନଳକୂପ ବସାଇବା ପାଇଁ ଦାବି କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୫/୨୦୨୩---୭,୧୦

  Sakhigopal News, 16/5/2023

Blog Archive

Popular Posts