ରେମଣ୍ଡା ବନିଆପଡା କଲ୍ୟାଣ ମଣ୍ଡପ ଠାରେ ସାବିତ୍ରୀ ବ୍ରତ ପାଳନ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବନିଆପଡା କଲ୍ୟାଣ ମଣ୍ଡପ ଠାରେ ସାବିତ୍ରୀ ବ୍ରତ ପାଳନ କରାଯାଇଛି। ଯାହା କି ଶଂଖା, ସିନ୍ଦୁର ଏମିତି ଦୁଇ ଟି ପବିତ୍ର ଜିନିଷ, ଯାହା କି ମନ ଦୁଇଟି ଆତ୍ମା, ଦୁଇଟି ଶରୀର ସାତ ଜନ୍ମ ବାନ୍ଧି ରଖିଥାଏ। ସାବିତ୍ରୀଙ୍କ ସ୍ୱାମୀ ସତ୍ୟବାନ ଙ୍କୁ ଯମରାଜ ନେବାକୁ ଆସିଥିଲା, ସାବିତ୍ରୀଙ୍କ ସ୍ଵାମୀ ଭକ୍ତି ଦେଖି ଯମରାଜ ଛାଡି ଚାଲିଗଲା। ସେହି ଦିନ ଠାରୁ ହିନ୍ଦୁ ପରମ୍ପରା ଅନୁସାରେ ସାବିତ୍ରୀ ବ୍ରତ ପାଳନ କରାଯାଇ ଆସୁଛି। ମହିଳା ମାନେ ଉପବାସ ରହି ବିଭିନ୍ନ ପ୍ରକାରର ଫଳମୂଳର ଭୋଗ ଲଗାଇ ସ୍ଵାମୀ ମଙ୍ଗଳ କାମନା କରି ସାବିତ୍ରୀ ଓଷା ପାଳନ କରିଥାନ୍ତି । ଏଥିଯୋଗୁ ବିଭିନ୍ନ ସ୍ଥାନରେ ମନ୍ଦିର ଓ ବ୍ରାହ୍ମଣମାନଙ୍କ ଦ୍ବାରା ପୃଜାପାଠ କରାଯାଇଥାଏ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୫/୨୦୨୩---୮,୧୦ Sakhigopal News,19/5/2023