ଭେଡେନ ଥାନା ପକ୍ଷରୁ ସାନ ପିପିଲିପାଲି ଗ୍ରାମ ଠାରେ "ଆମ ପୋଲିସ ସମିତି" ପକ୍ଷରୁ ସଭା ଅନୁଷ୍ଠିତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ଥାନା ର ତାଲମେଣ୍ଡା ପଞ୍ଚାୟତ ଅର୍ନ୍ତଗତ ସାନ ପିପିଲିପାଲି ଗ୍ରାମ ଠାରେ "ଆମ ପୋଲିସ ସମିତି" ଜରିଆରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭେଡେନ ଥାନା ର ଆଇଆଇସି ସଂଗିତା ମହପାତ୍ର ଓ ଥାନା ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ସମୟରେ ସାନ ପିପିଲିପାଲି ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ମାନେ ଯୋଗ ଦେଇଥିଲେ। ଏଥିରେ ଭେଡେନ ଥାନା ର ଆଇଆଇସି ସଂଗିତା ମହପାତ୍ର କହିଲେ, ଜନସାଧାରଣ କଂ ଶାନ୍ତି ଶୃଙ୍ଖଳାର ଓ ସୁରକ୍ଷା ପାଇଁ ପୋଲିସ ନିୟୋଜିତ ହୋଇଥାନ୍ତି। ସମାଜ ରେ ଯେଉଁ ଚୋରି, ଡକାୟତି,ନିଶା, ଜୁଆ, ସାଇବର ଠକେଇ, ମୋବାଇଲ ର ଦୁରଉପଯୋଗ, କୋରେକସ, କାରବାର ବଢୁଛି, ଅସାମାଜିକ କାର୍ଯ୍ୟକଳାପ ବଢୁଛି, ତାହା ପୋଲିସକୁ ଜଣାଇଲେ ଆମେ ବିହିତ କାର୍ଯାନୁଷ୍ଠାନ ସହିତ ଉଚିତ ପଦକ୍ଷେପ ଗ୍ରହଣ କରିବୁ। ସବୁ ବେଳେ ଏହି ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଲେ ସମାଜ ରେ ଶାନ୍ତି ଶୃଙ୍ଖଳାର ବାତାବରଣ ସୃଷ୍ଟି ହେବ। ଏହି ସମୟରେ ଗ୍ରାମବାସୀ ମାନେ ପୋଲିସ କୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେେ। "ଆମ ପୋଲିସ ସମିତି" କାର୍ଯ୍ୟକ୍ରମ କୁ ଗ୍ରାମବାସୀମାନେ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୫/୨୦୨୩----୮,୧୦ Sakhigopal News,21/5/2023