Breaking News

ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତରେ ପହଞ୍ଚିଲା



ସାକ୍ଷୀଗୋପାଳ----- ସାକ୍ଷୀଗୋପାଳରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବା ପାଇଁ ବଉଳ କାଠ ଶଗଡିକୁ କୁୂ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସତବାଦୀ ବ୍ଳକ ଛକ ପର୍ଯ୍ୟନ୍ତ ମେଲାଣି ଦିଆଯାଇଛି ।  ପରମ୍ପରା ଅନୁଯାୟୀ  ଶ୍ରୀ ଜଗନ୍ନାଥ ସଂସ୍କୃତି ତଥ୍ୟ ଅନୁଯାୟୀ  ବକୁଳବନରୁ ଶ୍ରୀ ଜିଉଙ୍କ ରଥଯାତ୍ର ପାଇଁ  ଶ୍ରୀ ଅଙ୍ଗ ତଥା ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ  ସଂଗ୍ରହ କରାଯାଇଥାଏ ।  ଏହି ପରମ୍ପରା ଅନୁଯାୟୀ ରଥଯାତ୍ରା ସମୟରେ ବକୁବବନ ପରିସରରୁ ବଉଳଗଛର କାଠଯାଉଛି । ଏଠାରୁ ଯିବାର ତାପର୍ଯ୍ୟ ହେଉଛି ଯେ ଜଗନ୍ନାଥଙ୍କ ଅଜା ଭାବେ ସିଦ୍ଧବଳରାମ ଏଠାରେ ପୂଜା ପାଇ ଆସୁଛନ୍ତି । ତାଙ୍କର ଏକ କଥା ଅନୁଯାୟୀ ଏଠାରୁ ତିନିଖଣ୍ଡ କାଠ ଗଲାପରେ ଠାକୁର ସ୍ନାନମଣ୍ଡପକୁ ବିଜେ କରିବା ସମୟରେ ଶ୍ରୀ ଜିଉଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି କାଠ ବ୍ୟବହାର କରାଯାଇଥାଏ । ନିର୍ଜଳା ଏକାଦଶୀ ତିଥିରେ ଏକ ବଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅପରାହ୍ନରେ ସାକ୍ଷୀଗୋପାଳ ବ୍ଳକ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା  ଯାଇ ସେଠାରୁ ମେଲାଣି ଦିଆଯାଉଛି । ଆଜି ସକାଳେ ଶ୍ରୀମନ୍ଦିର ଦେବନୀତି ପରେ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ  ସାକ୍ଷୀଗୋପାଳ ବକୁଳବନ ପରିସରରେ   ଚିହ୍ନଟ କରାଯାଇଥିବା ବଉଳ ବୃକ୍ଷରେ ବନ୍ଧାଯାଇ ସେଠାରେ ସ୍ରୋତୀୟ ବାହ୍ମଣଙ୍କ ଦ୍ୱାରା ପୁଜାର୍ଚ୍ଚନା ଓ ହୋମ କରାଯାଇଥିଲା ।   ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ ,   ଭୋଇ ସେବକ ରବି ଭୋଇ ଓ ଧୋବା ଭୋଇ ମାନଙ୍କ ସହିତ  କିଛି ଭୋଇ ସେବକ ମାନେ ଆସିଥିଲେ । ପୂଜା ପାଠ ସରିବା ପରେ ନିୟମ ଅନୁଯାୟୀ ପ୍ରଥମେ ଭୋଇ ସେବକ ଧୋବା ଭୋଇ ବୃକ୍ଷ ଛେଦନ କରିଥିଲେ । ପରେ ପରେ ଅନ୍ୟ ସେବକ ମାନେ ଗଛ ହାଣି ତଳେ ପକାଇଥିଲେ ।  ସେଠାରେ ସୁଧର୍ମା ମହାସଂଘ ଶ୍ରୀରାଧା ମଣ୍ଡଳ ପକ୍ଷରୁ ନାମ ସଂକୀର୍ତ୍ତନ କରାଯାଇଥିଲା । ପରେ ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା ବଳଦ ଶଗଡରେ ମାପ ଅନୁଯାୟୀ କଟା ଯାଇଥିବା ବଉଳ କାଠ ଗଣ୍ଡିକୁ ଲଦା ଯାଇଥିଲା ।  ସଂକୀର୍ତ୍ତନ କରାଯାଇ   ସିଦ୍ଧବକୁଳଙ୍କ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା  । ସେଠାରେ ଭକ୍ତ ମାନଙ୍କ  ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ସେଠାରେ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ପକ୍ଷରୁୂ ସାହିତ୍ୟ ଆସର ସହିତ ଏକ ବ୍ୟାନର ଓ ଫଟୋ  ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଅବସରପ୍ରାପ୍ତ ପ୍ରଫେସର ଅଭିମନ୍ୟୁ ବରାଳ, କବି ରବୀନ୍ଦ୍ରନାଥ ଷଡଙ୍ଗୀ,  ଉତ୍ତରପାଶ୍ୱ ଓ ଏମାରମଠର ମହନ୍ତ ନାରୁ ମହାରାଜ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଆସରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୭୦ଜଣ କବି କବୟତ୍ରୀ  ସ୍ୱରଚିତ କବିତା ପାଠ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବଊଳଗଛର ଆବଶ୍ୟକତା ସମ୍ପର୍କେ କହିଥିଲେ । ଏହି ଅବସରରେ ଶଗଡିଆ ବାନାମ୍ବର ପ୍ରଧାନ ,ରବି ଭୋଇଙ୍କ ସହିତ ଅନ୍ୟ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ  ପରିସରରେ ତହସିଲଦାର ଜୟନ୍ତ କୁମାର ଜୟସିଂ , ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ରେଜେଶ ଦ୍ୱାରା  ବଉଳବୃକ୍ଷ ରୋପଣ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଅଧିକାରୀ ମାନଙ୍କୁ ଭଗବତଗୀତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ତଥା ଆଇନଜୀବୀ ସୁଶାନ୍ତ କୁମାର ରଥଙ୍କ ସହିତ ଆଇନଜୀବୀ ମାନେ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅପରାହ୍ନରେ ବ୍ଳକ ଅଧ୍ୟକ୍ଷ  ସୁନିଲ କୁମାର ପଣ୍ଡା ଓ ଅନ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ପତକା ଦେଖାଇ ଶଗଡିକୁ ମେଲାଣି ଦେଇଥିଲେ ।   ବକୁଳବନ ଠାରୁ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ  ଗୁରୁକୁଳ ଆଥେଲେଟିକର ପ୍ରତିଷ୍ଠାତା ଓ ପାରଆଥେଲେଟିକ ଜୟନ୍ତୀ ବେହେରାଙ୍କ ସହିତ  ଛାତ୍ର ଛାତ୍ରୀ ଓ ଯୋଡି ଶଙ୍ଖ, ହରିନାମ କୀତ୍ତରେ  ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍‌ôାମିକ ପଟୁଆରରେ ସିଦ୍ଧବକୁଳ ମନ୍ଦିର ଠାରୁ  ବଜାର ଦେଇ ବ୍ଳକ ଛକ  ଠାରେ ଶଗଡିକୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଛି ।  ରାତିରେ ପୁରୀରେ ପହଞ୍ଚିଲା କାଠ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୩---୮,୨୦

Blog Archive

Popular Posts