ଜାତୀୟ କଂଗ୍ରେସ ଦଳର ବିଜୟ ଦିବସ ପାଳନ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଠାରେ କର୍ଣାଟକ ରେ ସାଧାରଣ ନିର୍ବାଚନ ରେ ୨୨୪ ଟିରୁ ୧୩୬ ଆସନ ଦଖଲ କରି କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ। ଏହାକୁ ନେଇ ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ବିଜୟ ଅବସରରେ ବାଣ ଫଟାଇ ଜାତୀୟ କଂଗ୍ରେସ ର ନେତା ସଭାପତି ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଓଡ଼ିଶା କଂଗ୍ରେସର ସଭାପତି ଶରତ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ । ଜାତୀୟ କଂଗ୍ରେସ ଦଳର ବିଜୟ ଦିବସ ପାଳନ କରାଯାଇଛି। ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର, କିଶୋର ସାହୁ, ଦୋଳଗୋବିନ୍ଦ ବେହେରା, ସ୍ଵାଧୀନ ରଥ, ମାଧବ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୫/୨୦୨୩----୭,୩୫ Sakhigopal News,15/5/2023