ଦୁଇ ଚୋରା ମଦ ବେପାରୀ ଗିରଫ
ଜଟଣୀ --ଜଟଣୀ ପୋଲିସ ବଡତୋଟା ଏବଂ ଭୀମପୁର ଗ୍ରାମରେ ଦୁଇ ଦେଶୀ ଓ ବିଦେଶୀ ଚୋରା ମଦ ବେପାରୀଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି l ସୂଚନା ମୁତାବକ ଗତକାଲି ବଡତୋଟା ଏବଂ ଭୀମପୁର ଗ୍ରାମରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ଥାନାର ପେଟ୍ରୋଲିଙ୍ଗ ଟିମ ପୃଥକ ଭାବେ ଅତର୍କିତ ଚଢ଼ାଉ କରିଥିଲେ। ବେଆଇନ ଭାବେ ବିକ୍ରି କରୁଥିବା ଦୁଇ ଅଭିଯୁକ୍ତ ବଡତୋଟା ଗ୍ରାମ ମାର୍ଥା ସାହିର 34 ବର୍ଷୀୟ ରବୀନ୍ଦ୍ର କୁମାର ଛୁଆଳ ସିଂହ ଏବଂ ଭୀମପୁର ଗ୍ରାମର ବରୁଣେଇ ମନ୍ଦିର ନିକଟସ୍ଥ 42 ବର୍ଷୀୟ ସୁବାସ ଭଣ୍ଡ ନାମକ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ l ସେମାନଙ୍କ ଠାରୁ ମୋଟ ୧୨. ୧୫0 ଲିଟର ଦେଶୀ ଓ ବିଦେଶୀ ମଦ ଜବତ ହୋଇଥିଲା l ଏହି ଆଧାରରେ ଜଟଣୀ ପୋଲିସ ୨ ଅଭିଯୁକ୍ତ ନାମରେ ପୃଥକ ଭାବେ କେସ ନଂ 209/23 ଏବଂ କେସ ନଂ 210/23 ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ଜଟଣୀ ବ୍ଲକର 114 ଟି ଗ୍ରାମରେ ଚୋରାରେ ଦେଶୀ ଓ ବିଦେଶୀ ମଦ ଠାରୁ ଆରମ୍ଭ କରି ଭାଙ୍ଗ, ଗଂଜେଇ ଏବଂ ଧଳା ଜହର ର କାରବାର ହେଉଥିବା କହିଲେ ଅତ୍ୟୁକ୍ତି ହେବନାହିଁ l ବିଶେଷ କରି ଖୁଦୁପୁର, ବାଛରା, ଲୋକ କଲୋନୀ, କୁଦିଆରୀ ବଜାର ମାଲଗୋଦାମ ଛକ ପ୍ରଭୃତି ନିଶା କାରବାରର ପେଣ୍ଠ ସ୍ଥଳୀ l ତେଣୁ ପୋଲିସ ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖି ଅଧିକରୁ ଅଧିକ ଚୋରା ବେପାରୀଙ୍କୁ ଗିରଫ କରି ଜଟଣୀ ସହର ଏବଂ ଗ୍ରାମରେ ନିଶାକୁ ସମ୍ପୂର୍ଣ ଭାବେ ମୂଳ ପୋଛ କରିବାପଇଁ ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୫/୨୦୨୩---୯,୪୫ Sakhigopal News,31/5/2023