ଦୁଇଜଣ ଚୋରାମାଟି ଚାଲାରକାରୀ ଗିରଫ
ସାକ୍ଷୀଗୋପାଳ--- ସତ୍ୟବାଦୀ ତହସିଲ ଅନ୍ତର୍ଗତ ରାୟଖଣ୍ଡିି ଆରଆଇ ଖବର ପାଇଥିଲେ ଯେ ସୁଆଁଲ ମୌଜାର ଏକ ଜମିରୁ ବ୍ରୋଇନ ଭାବେ ମାଟି ଚୋରା ଚାଳାଣ କରାଯାଉଛି । ରାୟଖଣ୍ଡି ଆରଆଇ ଚଡାଇ କରିଥିଲେ । ମାତ୍ର ମାଟି ମାଫିଆ ମାନେ ତାଙ୍କୁ ଆକ୍ରମଣ କରିବା ସହ ଗାଳିଗୁଳଜ କରି ଗାଡି ଚଡାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଯାହାଫଳରେ ସେ ସରକାରୀ କାର୍ଯ୍ୟ ସଠିକଭାବେ କରିପାରିନଥିଲେ ବୋଲି ସତ୍ୟବାଦୀ ତହସିଲଦାରଙ୍କୁ ଜଣାଇଥିଲେ । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ତୁରନ୍ତ ଏ ଘଟଣା ସମ୍ପର୍କେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୧୬୯/୨୩ରେ ଏକ କେସରୁଜ କରାଯାଇଥିଲା । ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନେତ୍ୱତୃରେ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ଏହି ଘଟଣାରେ ସମ୍ପୁକ୍ତଥିବା ଦୁଇଜଣ ମାଟି ମାଫିଆଙ୍କ ଓ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ପୋଲିସ ଜବତ କରିଛି । ଗିରଫ ହୋଇଥବା ଯୁବକହେଲେ ସୁଆଁଲୋ ଗ୍ରାମର ରାମଚନ୍ଦ୍ର ସ୍ୱାଇଁ ଓଚକରାପଡା ଗ୍ରାମର ନିରଞ୍ଜନ ସାହୁ ଏମାନଙ୍କୁ କୋର୍ଟଚାଲାଣ କରାଯାଇଥବା ଜଣାପଡିଛି । ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପଅଧାନ ଓ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତରେ ସହାୟତା କରୁଛନ୍ତି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ବହୁ ଶିଘ୍ର ଗିରଫ କରାଯିବ ବୋଲି ସତ୍ୟବାଦୀ ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୫/୨୦୨୩---୭,୨୦ Sakhigopal News, 19/5/2023