ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
"
ଭଞ୍ଜନଗର - ଭଂଜନଗର ପୋଲିସ୍ ହାତରେ ଧରା ପଡ଼ିଲା, ମାଳମାଳ ମାରଣାସ୍ତ୍ର । ପ୍ଲଟିଂ ବ୍ୟବସାୟ ଠାରୁ ଆରମ୍ଭ କରି ଦାଦାବଟି, ଚୋରି, ଡ଼କାୟତି ଏବଂ ବିଭିନ୍ନ ଅପରାଧୀକ ଘଟଣାରେ, ଅପରାଧୀ ମାନେ ଚୋରା ବନ୍ଧୁକ, ପିସ୍ତଲ ଓ ମାରଣାସ୍ତ୍ରକୁ ଆୟୁଧ କରି ଆସୁଥିଲେ । ତେବେ ଗଂଜାମ ପୋଲିସ ଆରମ୍ଭ କରିଥିବା"ଚୋରା ବନ୍ଧୁକ ଅପରେସନ୍" ଅଭିଯାନରେ, ଭଂଜନଗର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ପେଷାଦାର ଅପରାଧୀଙ୍କ ଠାରୁ ୫ ଟି ଦେଶୀ ବନ୍ଧୁକ, ୧୬ ରାଉଣ୍ଡ ଜୀବନ୍ତ ଗୁଳି, ଖଣ୍ଡା, କାତି ଭଳି ମାରଣାସ୍ତ୍ର କୁ ଜବତ କରିଛି, ଭଂଜନଗର ଥାନା ପୋଲିସ । ଏଥିରେ ସଂପୃକ୍ତ ୯ ଜଣ ଅପରାଧୀଙ୍କୁ ମଧ୍ୟ ଗିରଫ କରିଛି । ଏହାସହ ଦୁଇଟି ଖେଳନା ବନ୍ଧୁକ ମଧ୍ୟ ଜବତ କରିଛି । ଗଂଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ, ଭଂଜନଗର ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ, ଅପରାଧୀ ତଥା ଅସାମାଜିକଙ୍କ ପାଖରେ ଥିବା ଚୋରା ବନ୍ଧୁକ ଜବତ କରିବାରେ, ଗୁରୁତ୍ଵ ଦେଇଛି ପୋଲିସ୍ । ଏ ସଂକ୍ରାନ୍ତରେ ଭଂଜନଗର ଏସଡିପିଓ ସୁଜିତ୍ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ତତ୍ବାବଧାନରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଏନେଇ ଭଂଜନଗର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ, ଅତିରିକ୍ତ ଏସପି ରଞ୍ଜନ କୁମାର ଦେ । ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହାସହ କୈାଣସି ପ୍ରକାରେ ଅପରାଧିକ କାର୍ଯ୍ୟକଳାପ ଏବଂ ଚୋରା ବନ୍ଧୁକ ବ୍ୟବହାର କରୁଥିବା ଅପରାଧୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଅତିରିକ୍ତ ଏସପି ଶ୍ରୀ ଦେ । ଗତ ୨ ମାସ ଭିତରେ ଭଞ୍ଜନଗର ପୁଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ ଧରିବାରେ ସକ୍ଷମ ହୋଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା ଅନୁଯାୟୀ, ସୋମବାର ସ୍ଥାନୀୟ ପୁଲିସ ଏସଆଇ ଲକ୍ଷ୍ମୀଧର ମହାନ୍ତି କିଛି ଷ୍ଟାଫ୍ଙ୍କୁ ନେଇ ଜିଲୁଣ୍ଡି ଇଲାକାରେ ସକାଳ ସାଢେ ୧୦ଟାରେ ପାଟ୍ରୋଲି° କରୁଥିବା ବେଳେ କେତେକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଜିଲୁଣ୍ଡି ତାରିଣୀ ମନ୍ଦିରରେ ଚଢାଉ କରିଥିଲେ । ପୁଲିସକୁ ଦେଖି ଅପରାଧୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅଟକ ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇ, ଭଂଜନଗର ଲଣ୍ଢେଇ ସାହିର ଏକ ଘରେ ଚଢାଉ କରି ଅନ୍ୟ ୫ ଜଣକୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ନୟାପଲ୍ଲୀର ସରୋଜ ଦାଶ(୨୩ ବର୍ଷ), ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ଅନୀଲ ବେହେରା (୩୦ ବର୍ଷ), ବିଞ୍ଝଗିରି ଗ୍ରାମର ଟୁକୁନା ପାତ୍ର (୩୭ ବର୍ଷ), ଲାଲ ସିଂ ଗ୍ରାମର ସନାତନ ପ୍ରଧାନ (୨୩ ବର୍ଷ), ଜିଲୁଣ୍ଡି ଗ୍ରାମର ବାଦଲ ସାହୁ(୧୮ ବର୍ଷ), ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ଆଶା ସାହିର ବ୍ରଜ ମୋହନ ସାହୁ ଓରଫ ବାଜାରା(୨୫ ବର୍ଷ), ଭଞ୍ଜନଗର ଥାନା ଜାମପଲ୍ଲୀ ଗ୍ରାମର ସୁନୀଲ କୁମାର ସାବତ(୩୦ ବର୍ଷ), ଲଣ୍ଡେଇସାହି ଚିଦାନନ୍ଦ ମାର୍ଗର ସଂଗ୍ରାମ କିଶୋର ଭୂୟାଁ (୩୧ ବର୍ଷ) ଓ ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ (୧୯ ବର୍ଷ)। ଗିରଫ ମାନଙ୍କ ନିକଟରୁ ପୁଲିସ ୨ଟି ୯ ଏମ୍ଏମ୍ ପିସ୍ତଲ୍, ୨ଟି ଦେଶୀ ସିଙ୍ଗଲ୍ ସଟ୍ ପିସ୍ତଲ୍, ଗୋଟିଏ ୭.୬୨ ଏମ୍ଏମ୍ ପିସ୍ତଲ୍ ଓ ୨ଟି ଖେଳନା ବନ୍ଧୁକ ସହ ୧୫ଟି ଜୀବନ୍ତ ଗୁଳି, ଗୋଟିଏ କାତି, ଗୋଟିଏ ଖଣ୍ଡା ଜବତ କରିଛି । ଗିରଫ ମାନଙ୍କ ମଧ୍ୟରୁ ୫ ଜଣ ପେଶାଦାର ଅପରାଧୀଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଅତିରିକ୍ତ ଏସପି ରଞ୍ଜନ ଦେ ସୂଚନା ଦେଇଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ଭଞ୍ଜନଗର ଥାନା ପକ୍ଷରୁ ଏକ ପ୍ରେସ୍ମିଟ୍ ଆୟୋଜିତ ହୋଇଥିଲା । ଏଥିରେ ଏସଡିପିଓ ସୁଜିତ କୁମାର ନାୟକ, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ଥାନାର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୭/୫/୨୦୨୫----୯,୨୫ Sakhigopal News,27/5/2025