ବାଲିଗୁଡ଼ା ବନଖଣ୍ଡରେ ହାତୀ ଚଳପ୍ରଚଳ, ବନବିଭାଗ ସଜାଗ
କନ୍ଧମାଳ ---ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ଓ କୋଟଗଡ଼ ବନାଞ୍ଚଳରେ ଗତ କିଛି ଦିନ ହେବ ହାତୀ ପଲ ଚଳପ୍ରଚଳ କରୁଥିବା ଜଣାପଡ଼ିଛି । ଏହାକୁ ନେଇ ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ହାତୀର ଗତିପଥକୁ ଅନୁଧ୍ୟାନ କରୁଛି । ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଉଭୟ କୋଟଗଡ଼ ଏବଂ ବେଲଘର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଓ ଅରୁଣ କୁମାର ସାହୁ ସ୍ବତନ୍ତ୍ର ଟିମ୍ ଗଠନ କରି ହାତୀପଲକୁ ଅନୁଧ୍ୟାନ କରିବା ସହ ଅଞ୍ଚଳବାସୀଙ୍କୁ ସଚେତନ କରାଉଛନ୍ତି । ଏଥିସହିତ ଭୟଭୀତ ନହୋଇ ବନ କର୍ମଚାରୀଙ୍କୁ ହାତୀ ଘଉଡ଼ାଇବାରେ ସହଯୋଗ କରିବାକୁ ଅଞ୍ଚଳବାସୀଙ୍କୁ କହିଛନ୍ତି ବନ କର୍ମଚାରୀ । ବର୍ତ୍ତମାନ ୨୩ ଟିକିଆ ହାତୀପଲ ବର୍ତ୍ତମାନ ଉଭୟ ବନାଞ୍ଚଳରେ ଚଳପ୍ରଚଳ କରୁଥିବା ବେଳେ ଏଥିରେ ଦୁଇଟି ଦନ୍ତା, ଚାରୋଟି ଛୁଆ ଏବଂ ୧୭ଟି ମାଇ ହାତୀ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବେଲଘର ବନାଞ୍ଚଳର ପାଇକପଡ଼ା,ବୁର୍ଲୁବାରୁ ଅଞ୍ଚଳରୁ ଗୁମା ଅଞ୍ଚଳଦେଇ ବର୍ତ୍ତମାନ ଏହି ହାତୀପଲ ବେଲଘର ଏବଂ କୋଟଗଡ଼ ବନାଞ୍ଚଳ ସୀମାନ୍ତ ଅଞ୍ଚଳରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୩/୫/୨୦୨୩----୬,୫୦ Sakhigopal News,31/5/203