Breaking News

କୃପାସିନ୍ଧୁ ଗୁରୁକୁଳ ସ୍ଲଲାସି ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ



ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଟିକ ବିଲସାହି ସ୍ଥିତ କୃପାସିନ୍ଧୁ ଗୁରୁକୁଳ ସ୍ଲଲାସି ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତହୋଇଯାଇଛି । ପ୍ରବେଶ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ତଥା କବି, ଲେଖକ ରବିନ୍ଦ୍ର ନାଥ ସଡଙ୍ଗୀ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ଫୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ମିଷ୍ଟାନ୍ନ ଦେବା ସହ ବିଭିନ୍ନ ଡଙ୍ଗରେ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ମିଶ୍ର, ପିୟଦର୍ଶନୀ ପ୍ରଧାନ, ସୁଚିତ୍ରା ମହାପାତ୍ର, ମଞ୍ଜୁଲତା ମଲ୍ଲିକ, ଗୌତମ ମଲ୍ଲିକ, ମାମାଲି ପ୍ରଧାନ, କକି ପ୍ରଧାନ, ସୁକାନ୍ତି ମଲ୍ଲିକ, ସଞ୍ଜୟ କୁମାର ମିଶ୍ର , ମିଧୁନ ବେହେରା, ବିଚିତ୍ର ପ୍ରଧାନ, ସ୍ୱର୍ଣ୍ଣଲତା ପ୍ରଧାନଙ୍କ ସହିତ ଗ୍ରାମାବାସୀ ମାନେ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୫/୨୦୨୩---୭,୧୦   Sakhigopal News, 24/5/2023

Blog Archive

Popular Posts