ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
ଜଟଣୀ :- ଜଟଣୀ ପୌରପାଳିକାରେ ୨୦୨୨ ମସିହା ପରଠାରୁ ପାରିଷଦ ଗଠନ ପରେ ସମଗ୍ର ପୌରାଞ୍ଚଳରେ ଥିବା ଅନେକ ସମସ୍ୟା ଯେଉଁ ପରିସ୍ଥିତି କୁ ସେହି ପରିସ୍ଥିତିରେ ଥିବା ବେଳେ ଅନେକ ପରିଷଦଙ୍କ ମଧ୍ୟରେ ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀ ଓ ବ୍ୟବହାରକୁ ନେଇ ଅସନ୍ତୋଷ କୁହୁଳୁଛି । ପୌରାଧକ୍ଷ ବିନା କୌଣସି ସରକାରୀ ସୂଚନା ବା ଚିଠି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ ନ କରି କିମ୍ବା ନିଜର ଅନୁପସ୍ଥିତିରେ ଉପାଧକ୍ଷାଙ୍କୁ ଦାୟିତ୍ୱ ନ ଦେଇ ବିଦେଶ ଭ୍ରମଣ ସହିତ ରାଜ୍ଯ ବାହାରକୁ ମଧ୍ଯ ଯାଇଥାନ୍ତି l ଯାହାକି ଏହା ମଧ୍ୟରେ ଦୁଇଜଣ ନିର୍ବାହୀ ଅଧିକାରୀ ଓ ବର୍ତ୍ତମାନ ଦାୟିତ୍ଵରେ ଥିବା ପୌରନିର୍ବାହୀ ଅଧିକାରୀଙ୍କ ସମୟରେ କୌଣସି ସରକାରୀ ସ୍ତରର ଲିଖିତ ସୂଚନା ସେମାନଙ୍କ ପାଖରେ କି କାର୍ଯ୍ୟାଳୟରେ ନ ଥିବା ଶୁଣିବାକୁ ମିଳୁଛି l ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅସନ୍ତୋଷର ନିଆଁ ରେ କୁହୁଳୁଥିବା ଉପାଧକ୍ଷା ଆରତୀ ରାଉତ ଶୁକ୍ରବାର ବହୁ ମହିଳାଙ୍କ ସମେତ ନିଜେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ଏ ନେଇ ତାଙ୍କୁ ପଚାରିବାରେ ସେ କହିଥିଲେ ଉପାଧ୍ୟକ୍ଷା ପଦ ପାଇବା ଦିନଠାରୁ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ତାଙ୍କୁ କୌଣସି କାର୍ଯ୍ୟଭାର ହସ୍ତାନ୍ତର କରାଯାଉ ନାହିଁ କି ସେ ବାବଦରେ କିଛି ଜାଣିନଥିବା ସୂଚନା ପ୍ରଦାନ କରିଛନ୍ତି l ଏପରିକି ଉଚ୍ଛେଦ ଦୋକାନୀକୁ ଥଇଥାନ ବ୍ୟବସ୍ଥାରେ ଉପାଧ୍ୟକ୍ଷା ଙ୍କ ବିନା ଜଣାତରେ ଚିଠା ପ୍ରସ୍ତୁତ, ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟରେ ଅଧକ୍ଷ ମହାଶୟ ନିଜ ଇଛା ମୁତାବକ ଟେଣ୍ଡର ପ୍ରକ୍ରିୟା କରିବା, ଉତ୍କଚ ନେଇ ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା ଉପରେ ଦୋକାନ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ଦେବା ଭଳି ଅନେକ ଦୁର୍ନୀତି ମୂଳକ କାର୍ଯ୍ୟ କରିବା ପ୍ରତିବାଦରେ ଏବଂ ଅପରପକ୍ଷେ ଜଣେ ଦାୟିତ୍ୱବାନ କାର୍ଯ୍ୟରତ ପୌରାଧକ୍ଷ କୌଣସି କାର୍ଯ୍ୟ ବଶତଃ ରାଜ୍ୟ ବାହାରକୁ ଯାତ୍ରା କରନ୍ତି ତେବେ ସେ ବାବଦରେ ସରକାରୀ ସ୍ତରରେ ଦାୟିତ୍ୱରେ ଥିବା ଉପାଧକ୍ଷାଙ୍କୁ ଦାୟିତ୍ୱ ଦେବାର ନିୟମ ଅଛି । କିନ୍ତୁ ନିୟମକୁ ବେଖାତିର କରି କୌଣସି କାର୍ଯ୍ୟରେ ରାଜ୍ୟବାହରକୁ ଯାତ୍ରା କଲେ କୌଣସି ସୂଚନା ସରକାରୀ ସ୍ତରରେ ପ୍ରଦାନ କରନ୍ତି ନାହିଁ ବୋଲି ପୌର ପରିଷଦର ୱାର୍ଡ କାଉନସିଲର ବିଷ୍ନୁ କୁମାର ସାହୁ, ଶଶାଙ୍କ ଶେଖର ରାୟ ଓ ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ ଙ୍କ ସମେତ ଅନେକ ପ୍ରକାଶ କରିଛନ୍ତି l ତେବେ ଏହି ଧାରଣା ଜାରି ରହିଥିବା ବେଳେ ଘଟଣାସ୍ଥଳକୁ ନିର୍ବାହୀ ଅଧିକାରୀ ରଶ୍ମିତା ନାଥ ଆସି ବୁଝାସୁଝା କରି ନିରାଶ ହୋଇଥିଲେ l ଏହା ମଧ୍ୟରେ ନଗରପାଳ ଆସି ସର୍ବସମ୍ମୁଖରେ ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ ଆଉ ଯଦି କିଛି ମନରେ ପ୍ରଶ୍ନ ରହିଯାଇଛି ତେବେ ଆପୋଷ ଆଲୋଚନା ମାଧ୍ୟମରେ ବୁଝାମଣା କରିବାକୁ ପ୍ରସ୍ତାବ ଦେଇଥିଲେ l ଶୁଣିବାକୁ ମିଳେ ଉପରମୁଣ୍ଡରୁ ଚାପ ପଡ଼ିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କାଉନସିଲର ମାନଙ୍କ ହସ୍ତକ୍ଷେପ ଫଳରେ ଧାରଣା ପ୍ରତ୍ଯାହୃତ ହୋଇଥିଲେ ହେଁ ଏଭଳି ଲଜ୍ଜା ଜନିତ ପରିସ୍ଥିତି ପାଇଁ ସାଧାରଣରେ ନିନ୍ଦା କରାଯାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ,୨୪/୫/୨୦୨୫---୮,୩୫ Sakhigopal News,24/5/2025