Breaking News

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସରେ ଭୌଗୋଳିକ କର୍ମଶାଳା ଅନୁଷ୍ଠିତ



ଜଟଣୀ -----ସେଞ୍ଚୁରିଅନ୍ ୟୁନିଭରସିଟି ଜଟଣି କ୍ୟାମ୍ପସ୍ ପରିସରରେ ପ୍ୟାନ୍ ଇଣ୍ଡିଆ (ଟ୍ରିମ୍ବଲ୍) ସହଯୋଗିତାରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଛି | ଏହି କର୍ମଶାଳାକୁ କ୍ୟାମ୍ପସ୍‌ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢି ଏବଂ ଡିନ ଡକ୍ଟର ସୁଜତା ଚକ୍ରବର୍ତୀ, ଉଦଘାଟନ କରିଥିଲେ।
ପ୍ୟାନ୍‌ ଇଣ୍ଡିଆର କର୍ମକର୍ତ୍ତା ଶ୍ରୀ ଉମେଶ କୁମାର ଏବଂ ଶ୍ରୀ ଭି. ଶର୍ମା କର୍ମଶାଳା ପରିଚାଳନା
କରିଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟର ଭୂଗୋଳ ବିଭାଗ ପ୍ରଫେସର ଡକ୍ଟର ଆଶିଷ କୁମାର ପାଢି ଏଥିରେ ବକ୍ତା ଭାବରେ ଯୋଗ ଦେଇଥିଲେ। ଭୁବନେଶ୍ବର କ୍ୟାମ୍ପସର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଡକ୍ଟର କମଲ କୁମାର ବାରିକ ଛାତ୍ର ଛାତ୍ରୀ ମାନଙ୍କୁ ସାମ୍ପ୍ରତିକ ଅତ୍ୟାଧୁନିକ ସର୍ଭେ  ଜ୍ଞାନ କୌଶଳର ଉପଯୋଗିତା ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ । 
କର୍ମଶାଳାରେ ଉଭୟ କ୍ୟାମ୍ପସର ଛାତ୍ର ଛାତ୍ରୀ ଏବଂ ସିଭିଲ୍ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ପାରଳାଖେମୁଣ୍ଡି କ୍ୟାମ୍ପସର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଡକ୍ଟର
ପ୍ରଫୁଲ୍ଲ କୁମାର ପଣ୍ଡା, କର୍ମଶାଳାରେ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୫/୨୦୨୩---- ୬,୫୦ Sakhigopal News,31/5/2023

Blog Archive

Popular Posts