ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଧିର ବିଦ୍ୟାଳୟର ୨ଛାତ୍ରୀ ଟପର
ଭଞ୍ଜନଗର -- ସାରାରାଜ୍ୟ ରେ ଚଳିତ ମାଟ୍ରିକ ପରୀକ୍ଷା ର ଫଳାଫଳ ପ୍ରକାଶ ପାଇଛି। ଭଞ୍ଜନଗର ଦିହପଢାଳ ଶିଶୁ ବିଦ୍ୟା ମନ୍ଦିର ର ଦୁଇଜଣ ଛାତ୍ରୀ 97ପ୍ରତିଶତ ମାର୍କ ରଖି ଟପର ହୋଇଛନ୍ତି l ଭଞ୍ଜନଗର ର କଳିଙ୍ଗ ନଗର ସାହି ର ଛାତ୍ରୀ ମୌସୁମୀ ପ୍ରଧାନ 96.5 ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବାବେଳେ,ବାଗଦେବୀ ରୋଡ଼ ସଂଗୀତା ଗୌଡ଼ 97ପ୍ରତିଶତ ମାର୍କ ରଖିଛନ୍ତି l ମୌସୁମୀ ପ୍ରଧାନ ଭବିଷ୍ୟତ ରେ ବୈଜ୍ଞାନିକ ହେବା ପାଇଁ ଇଛା କରିଥିବା ବେଳେ, ସେ ପିଲାଟି ଦିନରୁ ମେଧାବୀ ଛାତ୍ରୀ ଥିଲେ ପାଠ ପଢ଼ାରେ କୃତିତ୍ୟୁ ଅର୍ଜନ କରିବା ସହିତ ବିଭିନ୍ନ ପୁରସ୍କାର ପାଇଛନ୍ତି l ଅନ୍ୟପଟେ ସଂଗୀତା ଗୌଡ଼ ଅତି ଗରିବ ପରିବାର ଜନ୍ନ ହୋଇ ମଧ୍ୟ ଏହି କୃତୀତ୍ୱ ର ଅଧିକାରୀ ହୋଇଛନ୍ତି, ବାପାଗୋବିନ୍ଦ ଗୌଡ଼ ଡିମାପୁର ରେ ରହି ମିସ୍ତ୍ରୀ କାମ କରନ୍ତି ମା ସୁନିତା ଗୌଡ଼ ଝିଅ ର ସମ୍ପୂର୍ଣ ଦାୟିତ୍ୱ ନେଇ ତାଙ୍କୁ ଗାଇଡ଼ କରୁଥିଲେ । ଝିଅର ଏହି ସଫଳତା ପାଇଁ ସେ ବହୁତ ଖୁସି ଅଛନ୍ତି l ଏବଂ ସଂଗୀତା ଭବିଷ୍ୟତ ରେ ଜଣେ ଡାକ୍ତର ହୋଇ ବିନା ମୂଲ୍ୟ ରେ ରୋଗୀ ସେବା କରିବା ପାଇଁ ଇଛା ପ୍ରକାଶ କରିଛନ୍ତି l ଏହି ଦୁଇ ଝିଅ ର ଉଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଆଶା କରୁଛନ୍ତି l ଏହି ବିଦ୍ୟାଳୟରେ ୧୫୯ପରିକ୍ଷା ଦେଇଥିବା ବେଳେ ଏଥି ମଧ୍ୟରୁ ଏ-ଓ୍ବାନ=୧୭,ଏ-ଟୁ=୫୪,ବି-ଓ୍ବାନ=୪୬ଓ ବି-ଟୁରେ =୩୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଇଛନ୍ତି ।ଅଭିଭାବକ ଓ ଗୁରୁମାଗୁରୁଜୀ ପରିଚାଳନା କମିଟିଙ୍କ ମନରେ ଉତ୍ସାହିତ ଦେଖିବାକୁ ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୫/୨୦୨୩----୭,୨୫ Sakhigopal News,19/5/2023