Breaking News

ପାନୀୟ ଜଳ ସମସ୍ୟାକୁ ନେଇ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ରାସ୍ତାରୋକ ; ଅଧ୍ୟକ୍ଷଙ୍କ ଠାରୁ ପ୍ରତିଶୃୁତି ପାଇବା ପରେ ରାସ୍ତା ରୋକ ହଟିଲା



ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମ ଦାଣ୍ଡରେ ଗ୍ରାମାବସୀ ମାନେ ପାନୀୟ ଜଳ ପାଇଁ ରାସ୍ତା ଉପରେ ଚାରି ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଉପରେ ବସି ରହିଥିଲେ  । ସେମାନଙ୍କ ଦାବିଥିଲା ଯେ  ଉକ୍ତ ଗ୍ରାମ୍ୟକୁ ପାନୀୟ ଜଳ ଯୋଗାଣ କରାଯାଇଛି । ମାତ୍ର ସବୁ ଟ୍ୟାପରେ ପାଣି ବାହାରୁନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ଫଳରେକି ଗ୍ରାମାବସୀ ମାନେ ଏହି ସମସ୍ୟାକୁ ନେଇ ଗ୍ରାମ ଦାଣ୍ଡରେ ରାସ୍ତା ରୋକ କରିଥିଲେ । 

ଖବର ପାଇ ଘଟଣା ସ୍ଥଳରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଲ ବିଭାଗର କନିଷ୍ଠଯନ୍ତ୍ରୀ ଅନିତାରାଜ ପଣ୍ଡାଙ୍କ ସହିତ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ଆନ୍ଦୋଳନ କାରୀଙ୍କ ସହିତ ଆଲେଚନା କରିବା ସହ  ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥଲେ ଏହି ପାନୀୟ ଜଳ ସମସ୍ୟା ସାତଦିନ ମଧ୍ୟରେ ସମାଧାନ କରାଯିବ ।  ପରେ ପରେ ଆନ୍ଦୋଳନ କାରି ମାନେ ରାସ୍ତାରୋକରୁ ହଟିଥିଲେ । ଅନ୍ୟ ପକ୍ଷେ ବିଭାଗୀୟ ଜେଇ କହିଥିଲେ ଯେ ଜଳସ୍ତର କମିଯିବା ସହିତ ଉକ୍ତ ଗ୍ରାମର ପରିବାର ଘରକୁ  ଯେଉଁଟ୍ୟାପ ସଂଯୋଗ କରାଯାଇଛି । ଉକ୍ତ ଟ୍ୟାପରେ ବିନା ଅନୁମତିରେ ମେସିନ ଲଗାଇ ଟାଙ୍କିକି ପାଣି ଉଠାଯାଉଛି । ଯାହା ଫଳରେକି ସବୁଟ୍ୟାପରେ ପାଣି ବାହାରୁନାହିଁ ।  ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ କରାଯାଉ ଯଦି ସେଥିରେ କୌଣସି ସୁଫଳ ନ ମିଳିଲା ତା ହେଲେ ସେମାନଙ୍କ ବିରୁଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଶ୍ରୀ ବେହେରାଙ୍କୁ କହିଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ କହିଛନ୍ତି ଉକ୍ତ ଗ୍ରାମକୁ ଟ୍ୟାଙ୍କର ମାଧ୍ୟରେ ପାନୀୟ ଜଳ ଯୋଗାଣ କରାଯାଉଛି ତାହା ଏବେ ଦୁଇଗୁଣ କରାଯିବା ସହିତ ବହୁ ଶିଘ୍ର ପାନୀୟ ଜଳର ସମାଧାନ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୫/୨୦୨୩---୭,୧୦ 

Blog Archive

Popular Posts