ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ , ସ୍ବାମୀ ଗିରଫ
ଭଞ୍ଜନଗର - ସଞ୍ଜୁ ସହିତ ସଞ୍ଜୟଙ୍କ ର ରାଜ-ଯୋଟକ ପଡ଼ିବାରୁ ଉଭୟଙ୍କ ମଧ୍ୟରେ ବୈଦିକ ରୀତିରେ ବିବାହ ହୋଇଥିଲା । ହେଲେ ବିବାହ ର ଦୀର୍ଘ ଆଠ ବର୍ଷ ପରେ ସବୁ କିଛି ଓଲଟ ପାଲଟ ହୋଇଗଲା । ରାଜ-ଯୋଟକ ଶେଷରେ ରାଜ-ଦଣ୍ଡ ପାଲଟିଗଲା । ଥାନାରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲା ସ୍ତ୍ରୀ ସଞ୍ଜୁ । ପୋଲିସ ଦ୍ବାରା ଗିରଫ ହେଲା ସ୍ବାମୀ ସଞ୍ଜୟ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଭଗବାନପୁରୁ ଗ୍ରାମରୁ ହୋଇଛି ଏଭଳି ଅଭିଯୋଗ । ତାରସିଂ ଥାନା କେସନଂ ୧୬୧/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ସଞ୍ଜୟ କୁ କୋର୍ଟ ଚାଲାଣ କରିଛି ପୋଲିସ । ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଦେଇଥିବା ସୂଚନା ପ୍ରକାରେ , କୁଡୁତାଇ ପଞ୍ଚାୟତର ଭଗବାନପୁରୁ ଗ୍ରାମର ସଞ୍ଜୟ ୮ବର୍ଷ ତଳେ ତାରସିଂ ଗ୍ରାମର ସଞ୍ଜୁ ଗୈାଡକୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ର କିଛି ବର୍ଷ ପର୍ଯ୍ୟନ୍ତ ଉଭୟ ଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ଠିକ୍ ଠାକ୍ ଚାଲିଥିଲା । ପରେ ଅଧିକ ଯୌତୁକ ଭୁତ ସଞ୍ଜୟ ମୁଣ୍ଡରେ ସବାର ହେଲା । ବିଭିନ୍ନ ସମୟରେ ଯୌତୁକ ଆଣିବା ପାଇଁ ସଞ୍ଜୁକୁ ନିର୍ଯ୍ୟାତନା ଦେବା ସହ ମାରଧର କରୁଥିଲା ସଞ୍ଜୟ । ଏନେଇ ବୁଧବାର ଦିନ ସଞ୍ଜୁକୁ ମଣାନ୍ତକ ଆକ୍ରମଣ କରିଥିଲା ସଞ୍ଜୟ । ଏଥିରେ ଅତିଷ୍ଠ ହୋଇ ଶେଷରେ ତାରସିଂ ଥାନାର ଦ୍ବାରସ୍ଥ ହେଲା ସ୍ତ୍ରୀ ସଞ୍ଜୁ । ସ୍ବାମୀ ସଞ୍ଜୟ ନାମରେ ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କଲା । ଫଳରେ ଅଭିଯୋଗକୁ ଭିତ୍ତି କରିି ତାରସିଂ ପୁଲିସ ସଞ୍ଜୟ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୫/୨୦୨୩----୬,୨୦ Sakhigopal News,12/5/2023