ମଟର ସାଇକେଲ ଚୋରି କରି ଦୁଇ ଯୁବକ ଗିରଫ
ସାକ୍ଷୀଗୋପ।।ଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର କାଳୁ ଚରଣ ଦାସଙ୍କ ମଟର ସାଇକେଲ ଚୋରି କରିବା ଅଭିଯୋଗରେ ସତ୍ୟବାଦୀ ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦୁଇ ଯୁବକ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁଦେଇପୁର ଗ୍ରାମର ଭାଗିରଥି ବେହେରା ଓ ମହେଶ୍ୱର ପ୍ରଧାନ ବୋଲି ଜଣାପଡିଛି । ସୁଚନାଯୋଗ୍ୟ ଯେ ଭାଗିରଥି ବେହେରା ପୋଲିସ ରେକର୍ଡ ଅନୁଯାୟୀ ଜଣେ ପେସାଦାର ଅଭିଯୁକ୍ତ ବୋଲି ପୋଲିସ କହିଛି । ପୋଲିସ ଠାରୁ ସୁଚନା ମିଳିଛି ଯେ କାଳୁ ଚରଣ ଦାସଙ୍କ ବଡବାପାଙ୍କ ଦଶାହା କାର୍ଯ୍ୟରେ ବ୍ୟସ୍ତତା ମଧ୍ୟରେ ତାଙ୍କର ମଟର ସାଇକେଲ ଚାବିଟି ହଜିଯାଇଥିଲା । ମଟର ସାଇକେଲ ଚାବିଟିକୁ ଭାଗିରଥି ଓ ମହେଶ୍ୱର ପାଇଥିଲେ ।ସେଇ ଚାବି ସାହାର୍ଯ୍ୟରେ ମଟର ସାଇକେଲ ନମ୍ବର ଓଡି-୧୩ -ଏ-୦୪୪୧ଟିକୁ ଚୋରି କରିନେଇଥିଲେ । କାଳୁଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କ ଠାରୁ ଉକ୍ତ ମଟର ସାଇକେଲଟିକୁ ଉଦ୍ଦାର କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୫/୨୦୨୩---୬,୧୦ Sakhigopal News,28/5/2023