ସତ୍ୟବାଦୀରେ ପ୍ରଥମ କରି ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ; ଚାରି ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମର୍ଦ୍ଧିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ମନ୍ଦିର ନିକଟ ପାନ୍ଥଶାଳା ପରିସରରେ ଆର୍ଟ ଅଫ ଦି ଗିଭିଂ ପାଳିତ ହୋଇଯାଇଛି । ଆଜିର ଦିନରେ ସମାଜରେ ପରସ୍ପରକୁ ସାହାର୍ଯ୍ୟ, ସହଯୋଗ, ଶାନ୍ତି , ମୈତ୍ରୀ ଓ ଏକତା ରକ୍ଷା କରିବା ପାଇଁ ୨୦୧୩ ମେ ୧୭ ତାରିଖରେ ଶିକ୍ଷାବିତ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତରାୟ ଦ୍ୱାରା ପ୍ରତିଷ୍ଠିତ ଆର୍ଟ ଅଫ ଦି ଗିଭିଂ ଏବେ ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ଆଜିର ଦିନରେ ପାଳିତ ହୋଇଯାଇଛି । ଠିକ ୧୦ ବର୍ଷ ତଳେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏ ବର୍ଷ ସତ୍ୟବାଦୀ ବ୍ଳକର ପାନ୍ଥଶାଳାରେ ପାଳନ କରାଯାଉଛି ।ଅନ୍ତଦିବସ ଭାବେ ବିଶ୍ୱର ବିଭିନ୍ନ ଦେଶ ପ୍ରଦେଶ ସହିତ ଓଡିଶାର ୩୦ ଜିଲ୍ଲାର ୩ଶହରୁ ଅଧିକ ବ୍ଳକ ଓ ୫ହଜାର ଗ୍ରାମ ପଞ୍ଚାୟତ ସହିତ ଦଶ ହଜାର ସ୍ଥାନରେ ଆର୍ଟ ଅଫ ଦି ଗିଭିଂ ଦିବସ ପାଳନ କରାଯାଉଛି ବୋଲି ସତ୍ୟବାଦୀ ବ୍ଳକର ଆର୍ଟ ଅଫ ଦି ଗିଭିଂର ସଂଯୋଜକ ତଥା ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ସୁଚନା ଦେଇଥିଲେ । ଚଳିତ ବର୍ଷର ଥିମରହିଛି ହେଲଫି ଦି ହେଲଫ ( ସାହାର୍ଯ୍ୟକାରୀଙ୍କୁ ସାହାର୍ଯ୍ୟ ) । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପୂର୍ବତନ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ପୂର୍ବତନ ପ୍ରଧ୍ୟାପକ ଡ. ଅଭିମନ୍ୟୁ ବରାଳ, ବକୁଳବନ ମହୋତ୍ସବ ର ଉପଦେଷ୍ଟା ,କବି ତଥା ସମାଜସେବୀ ସଚିକାନ୍ତ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ତଥା କବି, ଲେଖକ ରବୀନ୍ଦ୍ର ନାଥ ଷଡଙ୍ଗୀ, ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ମାନେ କହିଥିଲେ ଯେ ସମୟ ଆସିଛି ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ଏବଂ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା କରି ଆସୁଛନ୍ତି ସେମାନଙ୍କୁ ଆମେ ଯେ କୈଣସି ବାଟରେ ସାହାର୍ଯ୍ୟ କରିବା ଆବଶ୍ୟକତା ବୋଲି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦ୍ୟେଶ ବୋଲି ଅତିଥି ମାନେ କହିଥିଲେ । ଏପରିକି ଜଣେ ସମାଜସେବୀ ବା ଗ୍ରାମଞ୍ଚଳରେ ପରୋପକାରୀ ଅସୁବିଧାରେ ପଡିଥିବା ବେଳେ ଆମେ ତାଙ୍କୁ ଆର୍ଥିକ ସହଯୋଗ ଦେଇ ନ ପାରିଲେ ମଧ୍ୟ ତାଙ୍କ ପାଖରେ ଠିଆ ହୋଇ ପାରିଲେ ସେ ଯେଉଁ ମାନସିକ ବଳ ବା ସହଯୋଗ ପାଇବେ ତାହାଠାରୁ ଆଉ କିଛି ସହଯୋଗର ଆବଶ୍ୟକତା ନାହିଁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୨୦ ଜଣ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁଜତା ଦେବୀ ସଂଯୋଜନା କରିଥିଲେ । ଅନୁଷ୍ଠିତ ସଭାରେ ଶିକ୍ଷକ ବିଜୟ କୁମାର ପରିଡା ସଭାପତିତ୍ୱ କରିଥିଲେ । ଆର୍ଟ ଅଫ ଦି ଗିଭିଂ ପକ୍ଷରୁ ସାକ୍ଷୀଗୋପାଳ ମେଡିକାଲର କର୍ମଚାରୀ ଅଶୋକ କୁମାର ସେଠୀ, ସତ୍ôୟାଦୀ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ କୁମାର ପାତ୍ର, ଆଇନିଜୀବୀ ସୁଶାନ୍ତ କୁମାର ରଥ, କବି ସଚିକାନ୍ତି ବିଶ୍ୱାଳଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧ୍ରିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆର୍ଟ ଅଫ ଦି ଗିଭିଂର ସତ୍ୟବାଦୀ ବ୍ଳକର ସଂଯୋଜକ ଉପେନ୍ଦ୍ର ବିଶ୍ୱାଳ ପରିଚାଳନା କରିଥିଲେ । ଯୁବ ସମାଜସେବୀ ଯଯାତି କେଶରୀ ରାୟ, ସବିତା ପଣ୍ଡା ଓଆଇନଜୀବୀ ସୁଶାନ୍ତ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୫/୨୦୨୩---୭,୧୦
Sakhigopal News, 17/5/2023