ସୁନାଗହଣା ସହିତ ନଗଦ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅଞ୍ଚଳରେ ଏକ ବଡ ଧରଣର ଡକାୟତି ହୋଇଛି । ଗଡରେଜ ଆଲମାରୀ ଭାଙ୍ଗି ସୁନାଗହଣା ସହିତ ୨୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଲୁଟ ହୋଇଥିବା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ସତ୍ୟବାଦୀରେ ଦିନକୁ ଦିନ ଚୋରି ଡକାୟତି, ରାହଜାନୀ, ବୋମା ମାଡ, ଲୁଟତରାଜ ଭଳି ଘଟଣା ଗୋଟିକ ଗୋଟିଏ ଘଟି ଚାଲିଛି । ସତ୍ୟବାଦୀ ପୋଲିସ କେବଳ କେସରୁଜ କରି ତଦନ୍ତ କରୁଛନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁଦେଇପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ଘରେ ଏକ ବଡ ଧରଣର ଡକାୟତି ଘଟି ଯାଇଛି । ସମସ୍ତେ ଖାଇପିଇ ଶୋଇପଡିବା ପରେ ଘରର କବାଟ ଭାଙ୍ଗି ଡକାୟତ ମାନେ ଘରେ ପଶିଥିଲେ । ଘରେ ଥିବା ଗଡରେଜ ଆଲମାରୀ ଭାଙ୍ଗି ସେଥିରେ ଥିବା ସୁନାରୂପା ଅଳଙ୍କାର ସହିତ ଜମି ବିକ୍ରୟ କରି ୨୦ ଲକ୍ଷ ୮ହଜାର ଟଙ୍କା ଶ୍ରୀ ସ୍ୱାଇଁ ରଖିଥଲେ । ଡକାୟତ ମାନେ ଉକ୍ତ ଟଙ୍କାକୁ ନେଇଯାଇଥିବା ସେ ଲିଖିତ ଭାବେ ଥାନାରେ ଜଣାଇଛନ୍ତି । ଅଭିଯୋଗ କୁ ଗ୍ରହଣ କରି ସତ୍ୟବାଦୀ ପୋଲିସ ଏକ କେସରୁଜ କରିବାସହ ତଦନ୍ତ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୩---୫,୧୦ Sakhigopal News ,22/5/2023