ଅଗ୍ନିବିପନ୍ନକୁ ସହାୟତା ଯୋଗାଇ ଦେଲେ , କନ୍ଧମାଳ ସାଂସଦ ଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି
ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ଥିବା ଗଣ୍ଡାଧାର ପଞ୍ଚାୟତର ଗଣ୍ଡାଧାର ଗାଁ ରେ ମଙ୍ଗଳବାର ଅପରାହ୍ନରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ଏଥିରେ ବଡଦାଣ୍ଡ ସାହିରେ ଅଗ୍ନିକାଣ୍ଡ ଘଟି ୧୨ ପରିବାର ୨୧ବଖରା ଜଳିପୋଡି ଧ୍ବଂସ ହେଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷୟକ୍ଷତି ହୋଇଥିଲା । ଏନେଇ କନ୍ଧମାଳ ସାଂସଦଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି ବିପ୍ର ଚରଣ ବାରିକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚିଥିଲେ । ଗଣ୍ଡାଧାର ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟ ନାୟକ ଓ ବି.ଡି.ପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ ଙ୍କ ଉପସ୍ଥିତରେ ୧୨ ଟି କ୍ଷତିଗ୍ରସ୍ତ ପରିବାରଙ୍କୁ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଲୁଗା, କମଳ, ଶୁଖିଲା ଖାଦ୍ୟ ଯଥା ଚୁଡା, ଚିନି ଆଦି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସାଂସଦଙ୍କ ପ୍ରତିନିଧି ବିପ୍ରଚରଣ ବାରିକ ବିପନ୍ନ ପରିବାର ଲୋକଙ୍କ ପାଖରେ ପହଞ୍ଚି ସରକାରୀ ନିୟମ ପ୍ରକାରେ ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବାକୁ କହିଥିଲେ ।
କ୍ଷତିଗ୍ରସ୍ତ ପରିବାର ମାନେ ହେଲେ ସଞ୍ଚୟ ପ୍ରଧାନ ,ରାଜୁ ପ୍ରଧାନ, ପାଣୁ ସାହୁ, କାଳୁ ପ୍ରଧାନ, ସନ୍ତୋଷ ପ୍ରଧାନ, ନିରଞ୍ଜନ ସେନାପତି, କୃଷ୍ଣ ଡାକୁଆ, ସିଲୁ ମଟିଆ ଓ ସୁଦାମ ସେନାପତି । ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ହଠାତ୍ ପାଣୁ ନାୟକଙ୍କ ଘରୁ ନିଆଁ ବାହାରି କ୍ଷଣିକ ମଧ୍ୟରେ ନିଆଁ ଟି ୧୨ ପରିବାରକୁ ବ୍ୟାପି ଯିବାରୁ ଗ୍ରାମବାସୀ ନିଆଁକୁ ଆୟତ କରି ପାରିନଥିଲେ।ଗ୍ରାମବାସୀ ସଂଙ୍ଗେ ସଂଙ୍ଗେ ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ଦମକଳ ବାହୀନକୁ ଖବର ଦେବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଅୟତ କରିବାରେ ସମର୍ଥ ହେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୫/୨୦୨୩----୮,୧୫ Sakhigopal News,24/5/2023