ଓଡ଼ଗାଁ ଆଦର୍ଶ ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗଦେବେ
ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନାର ନୂତନ ଥାନା ଅଧିକାରୀ ଭାବେ ଜୟଦୀପ୍ ମହାନ୍ତି ଯୋଗ ଦେବେ । କିଛିଦିନ ତଳେ ଓଡ଼ଗାଁ ଆଦର୍ଶ ଥାନାର ପୂର୍ବତନ ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି କରାଯିବା ପରେ, ଶରଣକୂଳ ଥାନାରେ କାର୍ଯ୍ୟରତ ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଆଦର୍ଶ ଥାନାକୁ ବଦଳି କରାଯାଇଛି। ସେପଟେ ନୂଆଗାଁ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କ ଶରଣକୂଳ ଥାନାକୁ ବଦଳି କରାଯାଇଛି। ଏଠାରେ କୁହାଯାଇପାରେ କିଛିଦିନ ଧରି ଓଡ଼ଗାଁ ର ପୂର୍ବତନ ଆଇଆଇସି ଙ୍କ ବଦଳି ପରେ ଓଡ଼ଗାଁ ଆଦର୍ଶ ଥାନାର ନୂଆ ଆଇଆଇସି କିଏ ହେବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏହି ପ୍ରଶ୍ନ ର ଏକପ୍ରକାର ଅନ୍ତ ଘଟିଛି।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ ୧୬/୫/୨୩---୪,୪୫ Sakhigopal News,16/5/2023