Breaking News

ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ



କନ୍ଧମାଳ---  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଅବସ୍ଥାପିତ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ଵୀତୀୟ କମାଣ୍ଡାଣ୍ଟ୍ ମଉଲି ମୋହନ କୁମାର ଓ ଡେପୁଟି କମାଣ୍ଡାଣ୍ଟ୍ ଅଜିତ୍ ସିଂଙ୍କ ନେତୃତ୍ୱରେ ଜବାନମାନେ ସ୍ଥାନୀୟ ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ପୋଖରୀ ପରିସର ସଫେଇ କରିଛନ୍ତି । ପୋଖରୀ ପରିସର ଅତ୍ୟନ୍ତ ଅପରିଷ୍କାର ହୋଇଥିବା ବେଳେ ଜବାନମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପୋଖରୀର ଶୋଭା ବଢ଼ାଇବା ସହ ଆବର୍ଜନା ମୁକ୍ତ କରିବା ପାଇଁ ସିଆରପିଏଫ୍ ପକ୍ଷରୁ ଏହି ଜନ ହିତକର କାର୍ଯ୍ୟକ୍ରମ କରାଯାଇଛି ବୋଲି କହିଛନ୍ତି ଡେପୁଟି କମାଣ୍ଡାଣ୍ଟ୍ ଅଜିତ୍ ସିଂ  । ଆଗାମୀ ଦିନରେ ଏଭଳି ଜନ ହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଦ୍ବିତୀୟ କମାଣ୍ଡାଣ୍ଟ୍ ଅଧିକାରୀ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୭/୫/୨୦୨୫----୬,୩୫ Sakhigopal News,27/5/2023

Blog Archive

Popular Posts