ଦେଶୀ ବନ୍ଧୁକ ଜବତ ସହ ଦୁଇ ଯୁବକ ଗିରଫ
ଜଟଣୀ ---ଜଟଣୀ ଥାନା ବରବରା ନିକଟ ଭେଟେନାରୀ ଛକ ଠାରେ ଦୁଇ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ଜଟଣୀ ପୋଲିସ । ପୋଲିସ ସୂଚନା ମୁତାବକ ଭେଟନାରୀ ଛକ ନିକଟରେ ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ପଲସର ଗାଡ଼ିରେ ସନ୍ଦେହ ଜନକ ଭାବେ ବୁଲୁଥିଲେ ।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଦୁଇ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, 6 ଟି ଜୀବନ୍ତ ଗୁଳି ଏବଂ 10200/- ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଟଣୀ ଥାନା ଅରଗୁଳ ର ଅସିତ ସାହୁ ଏବଂ ଡେଲାଙ୍ଗ ଥାନା ଯମୁନା ଗାଁ ର ସୌମ୍ୟ ରଞ୍ଜନ ଦାସ । ତେବେ ଗିରଫ ଦୁଇ ଅଭିଯୁକ୍ତ ଜଟଣୀ ସହରରେ ଡକାୟତି ଯୋଜନା ଉଦ୍ଦେଶ୍ୟରେ ବନ୍ଧୁକ ଧରି ବୁଲୁଥିଲେ ବୋଲି ଜଣାପଡିଛି। ଜଟଣୀ ଥାନା କେଶ ନମ୍ବର 187/23 ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଙ୍କ ଠାରୁ ସୁଚନା ମିଳିଛି।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୫/୨୦୨୩---୯,୫୫ Sakhigopal News,17/5/2023