ସକାଳେ, ସଂଧ୍ୟାରେ ଗ୍ରାମ ରେ ଶୁଭିବ ଭାଗବତ ; ନିଷ୍ପତ୍ତି ନେଇଛି ଭାଗବତ ପ୍ରଚାର ସମିତି
ସାକ୍ଷୀଗୋପାଳ --- ଏଣିକି ପ୍ରତି ଗ୍ରାମରେ ସକାଳେ, ସଂଧ୍ୟାରେ ଶୁଭିବ ଭାଗବତ,ନିଷ୍ପତ୍ତି ନେଇଛି ଉତ୍କଳମଣି ଭାଗବତ ପ୍ରଚାର ସମିତି । ଓଡିଶାର ୩୧୪ ବ୍ଲକରେ ଭାଗବତ ପ୍ରଚାର ସମିତି ଗଠନ କରାଯିବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ଉତ୍କଳମଣି ଭାଗବତ ପ୍ରଚାର ସମିତି - ଓଡ଼ିଶା ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସତ୍ୟବାଦୀ ର ଐତିହ୍ୟ ସୁଆଣ୍ଡୋ ଗ୍ରାମ ସ୍ଥିତ ଶ୍ରୀ ରାଧାବିନୋଦ ବିହାରୀ ଠାକୁରଙ୍କ ଭଜନ ମଣ୍ଡପରେ ଉତ୍କଳମଣି ଭାଗବତ ପ୍ରଚାର ସମିତି- ଓଡ଼ିଶା ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଭାପତି ରାଧାକାନ୍ତ ଦାଶଙ୍କ ଅଧ୍ୟକ୍ଷତା କରିଥିଲେ । ୩ ମାସ ମଧ୍ୟରେ ୨ ଜଣ ଲେଖାଏଁ ସଂଯୋଜକ ଚୟନ କରାଯାଇ ସେହିମାନଙ୍କ ଦ୍ୱାରା ପଞ୍ଚାୟତ ସ୍ତରରେ ସଂଯୋଜକ ନିଯୁକ୍ତି କରାଯିବ । ପ୍ରତି ଗ୍ରାମର ଭାଗବତ ଘର, ଗାଦିଘର, କୋଠଘର ବା ଦେବାଳୟ ମାନଙ୍କରେ ନିତିଦିନ ଭାଗବତ ପାଠ ଓ ବର୍ଷକେ ଥରେ ଭାଗବତ ସପ୍ତାହ ପାଳନ କରାଯିବା ପାଇଁ ବୈଠକ ରେ ନିଷ୍ପତ୍ତି ହୋଇଛି । କମିଟି ଗଠନ କରିବାକୁ ଉପଦେଷ୍ଟା ମଣ୍ଡଳୀ ସଭ୍ଯ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ହୋତା ଓ ଶିକ୍ଷାବିତ ଉପେନ୍ଦ୍ର ମହାନ୍ତି ଙ୍କ ସହିତ ୧୫ ଜଣ ଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକରେ ଅନୁଷ୍ଠାନର କର୍ମକର୍ତ୍ତା ଚୟନ କରାଯାଇ ଥିଲା । ୨ ମାସ ମଧ୍ଯରେ ଉତ୍କଳମଣି ଭାଗବତ ପ୍ରଚାର ସମିତି କୁ ଗୋଟିଏ ଟ୍ରଷ୍ଟ ଭାବେ ରେଜେଷ୍ଟ୍ରି କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନୁଷ୍ଠାନ ର ସମ୍ପାଦକ ଜିତେନ୍ଦ୍ର କୁମାର ପାତ୍ର, ସହ ସମ୍ପା ଦକ ମନୋରଞ୍ଜନ ମିଶ୍ର, କମଳ କୁମାର ଦାସ ଓ ଗୋବିନ୍ଦ ଚନ୍ଦ୍ର ଫାରକଙ୍କୁ ଦାୟୀତ୍ୱ ଗ୍ରହଣ କରିଥିଲେ । ସମୀକ୍ଷକ ଭାବେ ପ୍ରଫୁଲ କୁମାର ଦାଶ ଓ କୋଷାଧ୍ୟକ୍ଷ ଭାବେ ପ୍ରାକ୍ତନ ବ୍ଯାଙ୍କ ଅଧିକାରୀ ବାସୁଦେବ ସାହୁ ଦାୟିତ୍ୱ ତୁଲାଇବାକୁ ବୈଠକରେ ନିଷ୍ପତ୍ତି କରାଯିବା ସହ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଉପସଭାପତି ଡ ପ୍ରଭାକର ତ୍ରିପାଠୀ ଏ ଶିକ୍ଷାବିତ କୈଳାସ ଚନ୍ଦ୍ର ମିଶ୍ର ଅନୁଷ୍ଠାନର ପ୍ରଚାର ପ୍ରସାର ପାଇଁ ମିଡିଆ ସେଲ ଗଠନ କରିବା ଓ ସଭାପତି ଙ୍କ ଅନୁପସ୍ଥିତି ରେ ସଭାକାର୍ଯ୍ୟ ତୁଲାଇବାକୁ ସ୍ଥିର କରାଯାଇ ଥିଲା । ପରବର୍ତ୍ତୀ ବୈଠକ ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବ। ପରିଶେଷ ରେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଧନ୍ଯବାଦ ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୫/୨୦୨୩---୮,୧୦ Sakhigopal News,29/5/2023