Breaking News

ତିନି ସାଙ୍ଗ ଗାଧୋଉ ଥିବା ବେଳେ ପାଣିରେ ବୁଡି ଦୁଇ ମୃତ୍ୟୁ

 

 
 ଯାଜପୁର--- ଯାଜପୁର ଜିଲ୍ଲା ର ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାସନ ପୁରୁଷସ୍ତମ ପୁର ଗ୍ରାମର ତିନି ଯୁବକ  ବାଇଶିମୌଜ ଠାରେ ଗେଙ୍ଗୁଟି ନଦୀରେ ଗାଧୋଉଥିଲେ ।  ହଠାତ ପାଣି ସୁଅରେ ପଢିଯାଇଥିଲେ ଦୁଇଜଣ ଯୁବକ। ପାଣି ରେ ବୁଢ଼ୀ ଯାଇଥିଲେ ଦୁଇ ଯୁବକ । ଆଉ ଜଣେ ସାଙ୍ଗ କୁ ସ୍ଥାନୀୟ ଲୋକେ ଉଦ୍ଧାର କରିପାରିଥିଲେ । ଘଟଣା ରୁ ପ୍ରକାଶ ଯେ ଅମିତି ଖଣ୍ଡେଇ, ବୟସ 23, ମଳୟ ରଞ୍ଜନ ନାୟକ, ବୟସ 22, ଦୁଇ ଜଣ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଦୁଇ ଜଣ ଙ୍କୁ  ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପାଇ ସ୍ଥାନୀୟ  ସରପଞ୍ଚ୍ ରାଜଲକ୍ଷ୍ମୀ ମହାନ୍ତି, ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ପ୍ରକାଶ ପ୍ରଧାନ,ମଧୁସୂଦନ ବଳ,ଚଣ୍ଡିତଳ ସରପଞ୍ଚ ସାଗରିକl ବିହାରୀ,ତପନ ତରାଇ,ଭବାନୀ ଶଙ୍କର ବାରିକ୍ ଘଟଣା ସ୍ଥଳ ରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି । ବଡଚଣାରୂ କାର୍ତ୍ତିକଚନ୍ଦ୍ର ରାଉତ ଙ୍କ ରିପୋର୍ଟ,୧୭/୫/୨୦୨୩-----୫,୨୦ Sakhigopal News,17/5/2023

Blog Archive

Popular Posts